STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଧର୍ମର ମାସ କାର୍ତ୍ତିକ

ଧର୍ମର ମାସ କାର୍ତ୍ତିକ

1 min
252



ପୌରାଣିକ ତଥ୍ୟରେ କାର୍ତ୍ତିକ ମାସର ମାହାତ୍ମ୍ୟ

ବ୍ରହ୍ମା କହନ୍ତି ନାରଦ ମୁନିଙ୍କୁ ବୁଝାଇ

କାର୍ତ୍ତିକ ପରି ମାସ ଓ ସତ୍ୟଯୁଗ ପରି ଯୁଗ

ବେଦ ସମ ଶାସ୍ତ୍ର,ଗଙ୍ଗା ପରି ତୀର୍ଥ ନାହିଁ।


ମାସ ମଧ୍ୟରେ କାର୍ତ୍ତିକ,ଦେବତା ମଧ୍ୟରେ ବିଷ୍ଣୁ

ତୀର୍ଥ ମଧ୍ୟରେ ହିଁ ଶ୍ରେଷ୍ଠ ବଦ୍ରିକା ଧାମ

ଶ୍ରେଷ୍ଠ ମାସ ଭାବରେ ମାନ୍ୟତା ବି ପ୍ରାପ୍ତ ହୋଇଛି

ଧର୍ମମାସ ବୋଲି ରହିଅଛି ଅନ୍ୟ ନାମ।


ଏ ମାସରେ ଧର୍ମାନୁଷ୍ଠାନ ଯେ କୌଣସି ଦିନ

ନିର୍ବିଘ୍ନରେ ଆରମ୍ଭ କରାଯାଇ ପାରିବ

ଯେ କୌଣସି ଧାର୍ମିକନୁଷ୍ଠାନ ହେଉ ନା କାହିଁକି

ତୀର୍ଥ କ୍ଷେତ୍ର ଯିବାର ଫଳ ପ୍ରାପ୍ତି ହେବ  ।


ଭଗବାନ ବିଷ୍ଣୁଙ୍କ ପ୍ରିୟ ମାସ ଅଟେ କାର୍ତ୍ତିକ

ଶେଷ ପାଞ୍ଚ ଦିନ ଅଟେ ପଞ୍ଚୁକ ମାନ୍ୟତା 

ଭୀଷ୍ମ,ବକ, ଓ ମହାପଞ୍ଚୁକ ନାମରେ ବିଖ୍ୟାତ

ପ୍ରତ୍ୟୁଷରୁ ସ୍ନାନ ଓ ଦେବ ଦର୍ଶନ କଥା।


କାର୍ତ୍ତିକ ମାସରେ ଅଛି ଅନେକ ପର୍ବ ପର୍ବାଣୀ

କାଳୀପୂଜା,ଦୀପାବଳୀ ସହ ପୟାଶ୍ରାଦ୍ଧ 

ଶ୍ରୀକ୍ଷେତ୍ରରେ ଠାକୁରଙ୍କ ରାଧାଦାମୋଦର ବେଶ

ସେହି ବେଶ ଦର୍ଶନରେ ମନ ହୁଏ ବୋଧ।


କାର୍ତ୍ତିକରେ ବିଷ୍ଣୁଙ୍କର ଅନ୍ୟ ନାମ ଦାମୋଦର

ଶ୍ରୀକ୍ଷେତ୍ରରେ ହୁଏ ରାଧାଦାମୋଦର ବେଶ

ଦୀର୍ଘକାଳୀନ ବେଶ ହୁଅଇ ପୂର୍ଣ୍ଣ ଏକ ମାସ

ବାଳ ଭୋଗ ଲାଗି ହୁଏ ,ପ୍ରଭୁଙ୍କ ହରଷ।


ପଞ୍ଚୁକ ପାଞ୍ଚ ଦ

ିନରେ ଶ୍ରୀଜୀଉଙ୍କ ଭିନ୍ନ ଭିନ୍ନ ବେଶ

କ୍ରମାନ୍ୱୟରେ ଠିଆକିଆ ଓ ବାଙ୍କଚୂଡ଼ା 

ପୁଣି ଆଡ଼କିଆ, ଡାଳକିଆ,ରାଜରାଜେଶ୍ଵର

ବେଶ ଦର୍ଶନରେ ଲୋପ ହୁଏ ପାପ ପୀଡ଼ା।


ତୁଳସୀ ପୂଜନ, ହବିଷପାଳନ ଭକ୍ତି ଭାବେ

ନିଷ୍ଠାର ସହିତ ପାଳନ ପୁର ପଲ୍ଲୀରେ

ପିତୃଗଣ ଉଦ୍ଦେଶ୍ୟେ ଆକାଶ ଦୀପ ପ୍ରଜ୍ଜ୍ୱଳନ

ମହତ୍ତ୍ୱପୂର୍ଣ୍ଣ ବିଧାନ କାର୍ତ୍ତିକ ମାସରେ


କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ବିଧାନ 

ଉତ୍କଳର ପରମ୍ପରା ସ୍ମୃତି ଚାରଣ

କଦଳୀ ପାଟୁକା ,ସୋଲ ନିର୍ମିତ ଡଙ୍ଗା ଭସାଣୀ

ନଦୀ ପୋଖରୀ ଓ ସମୁଦ୍ରରେ ଆଲୋଡ଼ନ।


ଆନନ୍ଦ ଉଲ୍ଲାସ ସହ ହୁଏ ବାଲିଯାତ୍ରା ପର୍ବ

ନାଚ ଗୀତ ହସ ଖୁସିର ପୂର୍ଣ୍ଣ ସମ୍ଭାର

କାର୍ତ୍ତିକ ମାସ ସହ ଜଡ଼ିତ ଖୁସି ଉନ୍ମାଦନା

ପ୍ରାୟ ପ୍ରତି ପୁରପଲ୍ଲୀ ସହର ନଗର ।


ମାସ ସାରା ପୂଜା ଆରାଧନା ମନ୍ଦିର ବେଢ଼ାରେ

ଭଜନ କୀର୍ତ୍ତନ ସହ ଶଙ୍ଖ ହୁଳହୁଳି 

ଆମିଷ ବର୍ଜନ ଓ ସ୍ୱାତ୍ତିକ ଭୋଜନ ଗ୍ରହଣ

ପରିବେଶ ଉଠେ ଭକ୍ତି ଭାବରେ ଉଛୁଳି ।


କାର୍ତ୍ତିକରେ,କାୟ-ମନ-ବାକ୍ୟରେ ପୂଜା ଅର୍ଚ୍ଚନା 

ଧର୍ମ ଅର୍ଥ କାମ ମୋକ୍ଷ ଭଲେ ହୁଏ ପ୍ରାପ୍ତି

ସମାଜରେ ଧର୍ମ ପରମ୍ପରା ବିଧି  ପ୍ରଚଳିତ

ଧର୍ମ ମାସେ ଦାନ ଧର୍ମେ ହେଉ ପାପ ମୁକ୍ତି।


      



Rate this content
Log in

Similar oriya poem from Abstract