STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଧର୍ମବକ

ଧର୍ମବକ

1 min
256

ଧର୍ମମାସ ମହାକାର୍ତ୍ତିକର ପାବନ ପଞ୍ଚୁକ

ବ୍ରହ୍ମ ଠାରୁ କୀଟ ଯାଏଁ ସଭିଏଁ ହୁଅନ୍ତି ଧାର୍ମିକ

ବ୍ରାହ୍ମ ମୁହୂର୍ତ୍ତେ କରି ଶୀତଳ ଜଳରେ ସ୍ନାହାନ

କରନ୍ତି ବିଭୁପାଦେ ପୂଜନ ଭଜନ କୀର୍ତ୍ତନ।


ମତ୍ସ୍ୟ ଲୋଭୀ ବକ ପାଲୋଟେ ପରମ ଧାର୍ମିକ

ପାଞ୍ଚ ଦିନ ଯାକ ରହି ଉପବାସ ପାଳଇ ପଞ୍ଚୁକ

ପାବନ ପଞ୍ଚୁକେ ଦେଖେ ନାହିଁ ମୀନର ଶ୍ରୀମୁଖ

ଜଠର ଜ୍ୱାଳା ସହି କରେ ନାହିଁ ଆମିଷ ଭକ୍ଷଣ।


ଇତର ପକ୍ଷୀର ଏହି କାର୍ତ୍ତିକେ ଶୁଦ୍ଧପୂତ ଆଚରଣ

ପାଲଟି ଯାଏ ସମସ୍ତଙ୍କ ଲାଗି ଜ୍ୱଳନ୍ତ ଉଦାହରଣ

ଶ୍ରେଷ୍ଠ ପ୍ରାଣୀ ମାନବ ଅଟେ ମହା ପ୍ରବଞ୍ଚକ

ଉପରେ ଉପରେ ବର୍ଜିଥାଏ ସିଏ ଆମିଷ ଭୋଜନ।


ମନେ ମନେ ଖୋଜୁଥାଏ ସୁବର୍ଣ୍ଣ ସୁଯୋଗ

କରିବା ପାଇଁକି ଜିହ୍ୱା ଲାଳସା ଚରିତାର୍ଥ

ଶୁଦ୍ଧ ଶାକାହାର ସାତ୍ତ୍ବିକ ଭୋଜନ ତାହାର

କେବଳ ଲୋକ ଦେଖାଣିଆ ବାହ୍ୟ ଲୋକାଚାର।


ଅବିବେକୀ ସ୍ବାର୍ଥନ୍ବେଷୀ ସର୍ବଭୁକ୍ ମଣିଷର

ଧର୍ମପ୍ରବଣତା ଅଟଇ ଝଡ଼ ପୂର୍ବର ନିରବତା

କାର୍ତ୍ତିକ ବ୍ରତ ସମାପନ ଅନ୍ତେ ଜଣାପଡଇ

ତା' ମନର ପବିତ୍ରତା ଶୁଦ୍ଧତା ପ୍ରତିବଦ୍ଧତା।


ଛାଡଖାଇ ନାମରେ ହତ୍ଯା କରେ ଅବିଚାରେ

ଅଗଣିତ ଅସଂଖ୍ୟ ନୀରିହ ମୁକ ଜୀବ

ଜାନ୍ତବ ଅଭିପ୍ସାରେ ଜନ୍ତୁ ଠୁଁ ବି ବଳିଯାଏ

ଶ୍ରେଷ୍ଠ ପ୍ରାଣୀ ମାନବର ସାତ୍ତ୍ୱିକ ସ୍ବଭାବ।


ଧାର୍ମିକ ପଣ ତାହାର ହୋଇଯାଏ ଲୋପ

ଧର୍ମମାସ ମହାକାର୍ତ୍ତିକର ଅନ୍ତ ହେବା ପରେ

ମେଣ୍ଟାଏ ଆପଣାର ପୈଶାଚିକ ଲାଳସା

ପଶୁ ପକ୍ଷୀ ମତ୍ସ୍ୟର ମୃତ ଗଳିତ ଶବରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract