STORYMIRROR

Dhaneswar Dash

Classics

4  

Dhaneswar Dash

Classics

ଧରାବତରଣ

ଧରାବତରଣ

1 min
543

କର୍ଣ୍ଣେ ଗୁଞ୍ଜରିତ ହୁଏ ପରିଭାଷା 

ଅପରୂପ ଦିବ୍ୟ ଅଙ୍ଗ,

ସ୍ବପ୍ନେ ବିମୋହିତ ପରାୟ ଚିନ୍ତନ

ଅବସ୍ଥାନ ନିତ୍ୟ ସଙ୍ଗ ।


ଦୂର ଦିଗ୍‌ବଳୟ ସ୍ପର୍ଶ କରିବାକୁ 

ବିହଙ୍ଗି ଆକାଶ ମାର୍ଗେ,

ମାନସ ମନ୍ଥନ କରୁଥାଏ ସଦା

ନୂତନ ଭାବ ତରଙ୍ଗେ ।

 

ଜଳାର୍ଣ୍ଣବ କରି କୁଝ୍ଝଟିକା ଖସେ

ସବୁଜିମା ଧରାପୃଷ୍ଠେ, 

କାଶତଣ୍ଡି ଆବାହନେ ଘନ ଘଟା 

ଶରଦ ଶୀତ ଆକୃଷ୍ଟେ । 


ଅଙ୍ଗେ ଅଙ୍ଗେ ଉଦ୍ଦୀପନା ଚପଳତା 

ନୂତନ ଉମଙ୍ଗ ଭରେ,

ନୃତ୍ଯାଙ୍ଗନା ଯେହ୍ନେ ପରିବେଷଣରେ 

ସ୍ବୟଂ ସାଜସଜ୍ଜା କରେ ।


ଶାରଦୀୟ ଅଭିନନ୍ଦନ ପ୍ରୟାସେ

ଜନ ମୁଖରିତ ଭବେ,

ସତେ କି ସ୍ବାଗତ ସମାରୋହ ଦୃଶ୍ଯ 

ରୋମାଞ୍ଚକ ଅନୁରାଗେ ।



Rate this content
Log in

Similar oriya poem from Classics