ଧୋକା
ଧୋକା
ପ୍ରତାପ ନାୟକ
୭୦୦୮୦୫୪୨୮୨
ଗରୀବଘରେ ପୁଅ ଜନ୍ମ କରିବା
ଯଦି ପାପନୁହେଁ ......
ତେବେ କଣ ପେଟରୁ କାଟି
ପାଠ ପଢେଇବା ପାପକି ????
ବାବୁଘର ପୁଅ ପରିକା
ଯୋତା ମେଜା ଟାଇ ବେଲ୍ଟ
ତା ଉପରେ ପୁଣି ....
ଇଂରାଜୀରେ ଲେଖା ଆଇ କାର୍ଡ
ଉଚ୍ଚ ପାଠପଢା କୋଚିଂ ନାମରେ
ମୁଠା ମୁଠା ଟଙ୍କା ....
ଢିଅବାଡୀ ମୁକୁଳା ନହୋଇ ଯାଏ
ମୂଳର ସୂଧରେ.....
ବାକ୍ସରେ ଥିବା ତା ବାପଘରୁ ଆଣିଥିବା ତୋ ବୋଉର କାନଫୁଲ ,
ଆଉ ବେକର ମୁଁ ଦେଇ ଥିବା ସୁଉକିମାଳ
କେଉଦିନୁ ବିକା ସରିଥାଏ
ତୋ ଟିଉସନ ପଇସା ବାବଦକୁ ପରା...
ହାକିମ ଝିଅକୁ ବାହାହେଲୁ ....
ଡାକିଲୁନୁ ତୋ ପୁଅ ଏକୋଇସିଆରେ...
ଦିନଗଣି ଯାଣିଲି .....
ଆଜି ମୋ ନାତିର ଜନ୍ମଦିନ
ସକାଳୁ ତୋ ବୋଉ ବେଲପତ୍ର ଚଢେଇଛି ମନ୍ଦିରକୁ ଯାଇ.....
ଚକୁଳି ବାଣ୍ଟିଛି ଗାଁ ସାରା ସାହି ସାହି ବୁଲି
ଛିଗୁଲିଆ କଥା ଶୁଣିଛି
ନାତି କେକ୍ କଟା ଖାଇନି
ବେଲୁନ୍ ଫୁଟେଇନି.....
ଭାତହାଣ୍ଡି ବସେଇ କାନ୍ଦିଛି ମନଭରି
କହୁଛି ଧୁଆଁରୁ ଲୁହ ବାହାରେ
ବୁଢାଟିଏ ହେଲଣି ଯାଣିନା ????
ମୁଁ ବି ଯାଣିନି ତା ଆଖିଲୁହରେ
ଲଂକା ନପୋଡୁ .....
ବାବୁଘର କେକ୍ ଧୋକା ନଦଉ ବାବୁଙ୍କୁ........