ଧନ୍ୟ କାଳିଆ ଧନ୍ୟ ତୋ ଲୀଳା
ଧନ୍ୟ କାଳିଆ ଧନ୍ୟ ତୋ ଲୀଳା
ଧନ୍ୟ କାଳିଆ ଧନ୍ୟ ତୋ ଲୀଳା
***********ଅପର୍ତ୍ତି ସେଠୀ
ଭଲ ଲାଗିଲା ଶୁଣି କାଳିଆ
ତୋ ଦେହ ସୁସ୍ଥ ହେଲା,
ଅନେକ ପ୍ରଶ୍ନ ମନେ ମୋହର
ଚକଟି ହେଉଥିଲା।
ଯେଉଁ କାଳିଆ ଗଳାମାଳିଆ
ଜଗତ ଜନଙ୍କର,
କେମିତି ତାକୁ ଗ୍ରାସ କରିଲା
ଏଇ ସାମାନ୍ଯ ଜ୍ଵର।
ଦେବ ବଇଦ ହେଲେ ନିଯୋଗ
ମୋଦକ ଦଶମୂଳ,
ଫୁଲୁରି ତେଲ ପଥିଆହାର
ତୋ ଲାଗି ଉପଚାର।
ଧନ୍ୟ କାଳିଆ ଧନ୍ୟ ତୋ ଲୀଳା
ମର୍ତ୍ତ୍ଯେ ମାନବ ପରି,
ତୋ ପାଇଁ ଆଜି ସବୁଠୁଁ ଶ୍ରେଷ୍ଠ
ଆମ ଶ୍ରୀକ୍ଷେତ୍ର ପୁରୀ।
ଚାହିଁ ଅଛନ୍ତି କୋଟି ଭକତ
କରିବେ ଦରଶନ,
ନବ ଯୌବନ ରୂପକୁ ଦେଖି
ହୋଇବେ ସର୍ବେ ଧନ୍ୟ।
ଭକ୍ତ ଓ ଭଗବାନ ମଧ୍ୟରେ
ପ୍ରାର୍ଥକ୍ଯ ରହିବନି,
ଏଣେ ଗୁଣ୍ଡିଚା ମାଆଟି ତୋର
ତୋ ବାଟ ଚାହିଁଲାଣି।
ଗୁଣ୍ଡିଚା ଯାତ କରିବୁ ନାଥ
ଭାଇ ଭଉଣୀ ଧରି,
ରଥେ ବାମନ ରୂପ ତୋ ଦେଖି
ଭକତେ ଯିବେ ତରି।
(ପାଳକଣା, କୋରୋ, କେନ୍ଦ୍ରାପଡ଼ା
ମୋ - ୭୮୯୪୩୯୮୫୦୦)
