ଧନ୍ଦା-୫
ଧନ୍ଦା-୫
ଭାଇ ଭଉଣୀଏ ଆସ ପାଖକୁ
ଧନ୍ଦାଟେ ପଢନ୍ତୁ ଖୁସି ମନକୁ।୧
ମନ ଆଉ ଦେହ ଭଲ ରହିବ
ଜୀବନ ଶୈଳୀକୁ ବଦଳାଇବ।୨
ଚାରୋଟି ଅକ୍ଷରେ ନାମ ମୋହର
ରାମାୟଣ ପୃଷ୍ଠେ ଅମର ଗାର।୩
ପ୍ରଥମ ଦ୍ଵିତୀୟ ମିଶାଇ ଦିଅ
ସଂଖ୍ୟା ଦଶ ବୋଲି ଅର୍ଥଟି ନିଅ।୪
ପ୍ରଥମ ତୃତୀୟ ଯେବେରେ ଭାଇ
ମିଶାଅ ପାଇବ ଦାମ ହିଁ ହୋଇ।୫
ଦ୍ଵିତୀୟ ତୃତୀୟ ଶଦ୍ଦ ମିଶାଅ
କାଣ୍ଡ ଅବା ତୀର ଅର୍ଥକୁ ପାଅ।୬
ତୃତୀୟ ଚତୁର୍ଥ ଶଦ୍ଦର ଅର୍ଥ
ବଡ଼ ଦଣ୍ଡେ ଚାଲେ ନ ହୋଇ ବ୍ୟର୍ଥ।୭
ତୃତୀୟ ଦ୍ଵିତୀୟ ମିଶାଇ ଦେବା
ଶଦ୍ଦ ଅବା ରାବ ଶୁଣିଲେ କାବା।୮
ତୃତୀୟ ପ୍ରଥମ ଯୋଗର ଭାବ
ଭେଦ କରିବାର ଅର୍ଥ ବୁଝିବ।୯
ଚତୁର୍ଥ ତୃତୀୟ ଯଦି ଯୋଡ଼ିବ
କମ୍ପନ ଅର୍ଥକୁ ନିଶ୍ଚେ ପାଇବ।୧୦
