ଧୈର୍ଯ୍ୟରେ ପଙ୍ଗୁ ଲଂଘିପାରେ ଗିରି
ଧୈର୍ଯ୍ୟରେ ପଙ୍ଗୁ ଲଂଘିପାରେ ଗିରି
କଥା କହି କହି ଚାତୁରୀ ବାଢ଼ି ଥାନ୍ତି
ଯିଏ, ସେ ଅଟଇ ଧୂର୍ତ୍ତ,
ବାରମ୍ବାର ବେଶ ବଦଳାଏ ଓ ଅଭିନୟ
କରିବାରେ ସିଦ୍ଧହସ୍ତ ।
ଛଳନା ଓ ସରପକା କହିଥାନ୍ତି କିଛି
ବ୍ୟକ୍ତି ତାଙ୍କର କଥା
ଶତୃତା ରୋପିବା ଗୁଣରେ ଭର୍ତ୍ତି ବ୍ୟକ୍ତିର
ସଦା ତଳକୁ ତାର ମଥା ।
ଜୀବନ ସମସ୍ୟା ବହୁଳ, ଜ୍ଞାନୀ ମଣିଷ
ହୋଇଥାନ୍ତି ଭ୍ରମିତ
ଅଜ୍ଞାନୀ ଓ ଅତ୍ୟାଚାରୀ କଥାରେ ବ୍ୟକ୍ତି
ହୁଏ ପ୍ରବୃତ୍ତ ।
ସରଳ ସ୍ଵଭାବ ବ୍ୟବହାର ରହି ଥାଏ
ଯେଉଁ ବ୍ୟକ୍ତିର
ଆପଣାପଣକୁ ବୁଝିବା ଶକ୍ତି ଥାଏ
ସେଉ ଲୋକର ।
ମାଗିଖିଆ ଅଭ୍ୟାସ ଯାହାର ସେ
ବ୍ୟକ୍ତି ଲୋଭ ଗୁଣଯୁକ୍ତ
ଆଶା ଭାବ ନେଇ ସେ ସମ୍ପର୍କ ଥାପି
ଥାଏ ସେଇତ ।
ବନ୍ଧୁତା ଦିବସେ କବିତାରେ ଉଦ୍ଦେଶ୍ୟ
ମୋର ଜଣାଏ ମୋ ବନ୍ଧୁଙ୍କୁ
ଏସବୁ ବ୍ୟକ୍ତି ଯଦି ଆସି ଜୁଟନ୍ତି ପାଶେ
ଦୂରୁ ଦଣ୍ଡବତ କର ତାଙ୍କୁ ।
ବିଚାରବନ୍ତ ଜ୍ଞାନରେ, ଦିବ୍ୟ କର୍ମରେ
ହୋଇଲେ ସମର୍ପିତ
ସମସ୍ୟାର ହୁଏ ସମାଧାନ, ମଣିଷର
ମନ ହୋଇଥାଏ ଶାନ୍ତ ।
ତୃପ୍ତ ମନରେ ସ୍ୱକର୍ମରେ କର୍ତ୍ତବ୍ୟରେ
ହୋଇଲେ ମଣିଷ ଲିପ୍ତ
ସବୁ ସମସ୍ୟା ଭିତରୁ କେବଳ ମଣିଷ
ସମାଜ ହୋଇବ ମୁକ୍ତ ।
କର୍ମଯୋଗୀ ପ୍ରକୃତିର ତ୍ରିଗୁଣ ଉର୍ଦ୍ଧ୍ଵରେ
ଯେବେ ରହେ
ସେଇ ମଣିଷ ସଦା ବେଳେ ସମାଜରେ
ପଣ୍ଡିତ ବୋଲାଏ ।
ଚାଲି ନଜାଣି ଯଦି ଦୋଷ ଦେବା ଆମେ
ଆମରୁ ରାସ୍ତାକୁ,
କମିବ ନାହିଁ ସମସ୍ୟା କେବେ, ଖାଲି କଷ୍ଟ
ଦେବ ଆମକୁ ।
ଧୈର୍ଯ୍ୟ ନହରାଇ ସମସ୍ୟାର ସମାଧାନ ପଥ
ଖୋଜିବା ପ୍ରଚେଷ୍ଠାରେ
କେବଳ ସମାଧାନର ପଥ ଯାଇ ଆମେ ସବୁ
ପାଇ ପାରିବାରେ ।
ବୁଦ୍ଧି କ୍ଷୀଣ ହେଲେ ମୋହ ମାୟା ରୂପୀ ଷଣ୍ଢ
ପଶେ ଚେତନାରେ
ପଙ୍ଗୁ ଲଂଘିପାରେ ଗିରି, ଗତି କଲେ ଧୈର୍ଯ୍ୟ
ଓ ନୀତିବାନ ଗୁଣରେ ।
