STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଧୈର୍ଯ୍ୟରେ ପଙ୍ଗୁ ଲଂଘିପାରେ ଗିରି

ଧୈର୍ଯ୍ୟରେ ପଙ୍ଗୁ ଲଂଘିପାରେ ଗିରି

1 min
365


କଥା କହି କହି ଚାତୁରୀ ବାଢ଼ି ଥାନ୍ତି 

ଯିଏ, ସେ ଅଟଇ ଧୂର୍ତ୍ତ,

ବାରମ୍ବାର ବେଶ ବଦଳାଏ ଓ ଅଭିନୟ

କରିବାରେ ସିଦ୍ଧହସ୍ତ ।


ଛଳନା ଓ ସରପକା କହିଥାନ୍ତି କିଛି 

ବ୍ୟକ୍ତି ତାଙ୍କର କଥା 

ଶତୃତା ରୋପିବା ଗୁଣରେ ଭର୍ତ୍ତି ବ୍ୟକ୍ତିର 

ସଦା ତଳକୁ ତାର ମଥା ।


ଜୀବନ ସମସ୍ୟା ବହୁଳ, ଜ୍ଞାନୀ ମଣିଷ

ହୋଇଥାନ୍ତି ଭ୍ରମିତ

ଅଜ୍ଞାନୀ ଓ ଅତ୍ୟାଚାରୀ କଥାରେ ବ୍ୟକ୍ତି 

ହୁଏ ପ୍ରବୃତ୍ତ ।


ସରଳ ସ୍ଵଭାବ ବ୍ୟବହାର ରହି ଥାଏ 

ଯେଉଁ ବ୍ୟକ୍ତିର

ଆପଣାପଣକୁ ବୁଝିବା ଶକ୍ତି ଥାଏ 

ସେଉ ଲୋକର ।


ମାଗିଖିଆ ଅଭ୍ୟାସ ଯାହାର ସେ 

ବ୍ୟକ୍ତି ଲୋଭ ଗୁଣଯୁକ୍ତ

ଆଶା ଭାବ ନେଇ ସେ ସମ୍ପର୍କ ଥାପି

ଥାଏ ସେଇତ ।


ବନ୍ଧୁତା ଦିବସେ କବିତାରେ ଉଦ୍ଦେଶ୍ୟ 

ମୋର ଜଣାଏ ମୋ ବନ୍ଧୁଙ୍କୁ 

ଏସବୁ ବ୍ୟକ୍ତି ଯଦି ଆସି ଜୁଟନ୍ତି ପାଶେ 

ଦୂରୁ ଦଣ୍ଡବତ କର ତାଙ୍କୁ ।


ବିଚାରବନ୍ତ ଜ୍ଞାନରେ, ଦିବ୍ୟ କର୍ମରେ 

ହୋଇଲେ ସମର୍ପିତ

ସମସ୍ୟାର ହୁଏ ସମାଧାନ, ମଣିଷର 

ମନ ହୋଇଥାଏ ଶାନ୍ତ ।


ତୃପ୍ତ ମନରେ ସ୍ୱକର୍ମରେ କର୍ତ୍ତବ୍ୟରେ 

ହୋଇଲେ ମଣିଷ ଲିପ୍ତ 

ସବୁ ସମସ୍ୟା ଭିତରୁ କେବଳ ମଣିଷ 

ସମାଜ ହୋଇବ ମୁକ୍ତ ।


କର୍ମଯୋଗୀ ପ୍ରକୃତିର ତ୍ରିଗୁଣ ଉର୍ଦ୍ଧ୍ଵରେ 

ଯେବେ ରହେ 

ସେଇ ମଣିଷ ସଦା ବେଳେ ସମାଜରେ 

ପଣ୍ଡିତ ବୋଲାଏ ।


ଚାଲି ନଜାଣି ଯଦି ଦୋଷ ଦେବା ଆମେ 

ଆମରୁ ରାସ୍ତାକୁ, 

କମିବ ନାହିଁ ସମସ୍ୟା କେବେ, ଖାଲି କଷ୍ଟ 

ଦେବ ଆମକୁ ।


ଧୈର୍ଯ୍ୟ ନହରାଇ ସମସ୍ୟାର ସମାଧାନ ପଥ 

ଖୋଜିବା ପ୍ରଚେଷ୍ଠାରେ

କେବଳ ସମାଧାନର ପଥ ଯାଇ ଆମେ ସବୁ 

ପାଇ ପାରିବାରେ ।


ବୁଦ୍ଧି କ୍ଷୀଣ ହେଲେ ମୋହ ମାୟା ରୂପୀ ଷଣ୍ଢ 

ପଶେ ଚେତନାରେ

ପଙ୍ଗୁ ଲଂଘିପାରେ ଗିରି, ଗତି କଲେ ଧୈର୍ଯ୍ୟ 

ଓ ନୀତିବାନ ଗୁଣରେ ।



Rate this content
Log in

Similar oriya poem from Inspirational