STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଧୈର୍ଯ୍ୟର ପୁରସ୍କାର

ଧୈର୍ଯ୍ୟର ପୁରସ୍କାର

1 min
299

ବିଷମ ଏ ପରିସ୍ଥିତି ବଡ଼ ଜଟିଳ

ଊଣା ହୋଇ ଚାଲିଥାଏ ମାନସେ ବଳ।

କୂଳ କିନାରା ବିହୁନେ ଜଳରେ ନାବ

କୂଳେ ଲାଗିବ କିପରି ମନରେ ଭାବ।

ନଥିଲେ ବନ୍ଧୁ ସୋଦର ମୋହରି ପାଶେ

ଅନେକ ଆସନ୍ତି ସିନା ଧନର ଆଶେ।

ନୂଆ ସ୍ଥାନ ନୂଆ କଥା ଅସହ୍ୟ ଭାରି

ଦୁଇ ପାଦ ପଶୁଲାଗି ରହନ୍ତି ଡରି।

ପାଶେ ମୋର ଅର୍ଦ୍ଧାଙ୍ଗିନୀ ମନରେ ଭୟ

ବସାକୁ ଫେରିବା ପାଇଁ ମନ ଅଥୟ।

ପେଟ୍ରୋଲ ଯାଇଛି ସରି ନ ଗଡେ ଗାଡ଼ି

ବାରୁଣୀରୁ ଆସେ ବେଗେ ଅନ୍ଧାର ମାଡି।

ଜଣା ନାହିଁ କେଉଁ ଠାବେ ମିଳିବ ତେଲ

ସଅଳେ ମିଳିଲେ ସିନା ଲାଗିବ ଭଲ।

ଧୈର୍ଯ୍ୟ ଧରି ସେହିଠାରେ ହୋଇଲି ଠିଆ

ମଣିଷ ମଣିଷ ବନ୍ଧୁ ଡରିବି କିଆଁ।

ଅସମୟେ ଦୀନବନ୍ଧୁ ହୃଦ ଚନ୍ଦନ

ସହାୟ ହୋଇଲେ ଜାଣି ମୋହରି ମନ।

ବଳିଷ୍ଠ ଯୁବକ ଜଣେ ପାଖକୁ ଆସି

ମାନସିକ ବଳ ଦାନ କରିଲେ ହସି।

ରୁହ କ୍ଷଣେ ଏହିଠାରେ ଚିନ୍ତା ନକରି

ଆଣିବି ବେଗେ ପେଟ୍ରୋଲ ଅତିଥି ବରି।

କିଛି କ୍ଷଣେ ଆଣିଦେଲେ ମନକୁ ଜାଣି

ନନେଲେ ପଇସାଟିଏ ମୋ ଠାରୁ ପୁଣି।

ହସିହସି ବିଦାୟ ସେ ଦେଲେ ଆମ୍ଭକୁ

ଧୈର୍ଯ୍ୟ ସାହସେ ସମ୍ଭାଳ ପରିସ୍ଥିତିକୁ।

ବିଷମ ସ୍ଥିତିର ସ୍ଥିତି ହେଲା ସୁଷମ

ମନୁଷ୍ୟ ମନୁଷ୍ୟ ମଧ୍ୟେ ପ୍ରବାହ ପ୍ରେମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract