ଧୈର୍ଯ୍ୟ ପଥ
ଧୈର୍ଯ୍ୟ ପଥ
ଜୀବନଟି ନୁହେଁ ସହଜ ସୁନ୍ଦର
ସଦା ହସ ଖୁସି ଭରା,
ବେଳେ ବେଳେ ଘୋଟେ ଅମାଅନ୍ଧକାର
ଦିଶେ ନାହିଁ ପଥ ପରା l
ଧଇର୍ଯ୍ୟ ପଥକୁ ଧରିବାକୁ ହୁଏ
ସେପରି ବିପଦ ବେଳେ,
ଯେତେ ଲମ୍ବା ହେଉ ସେ ପଥଟିପଛେ
ଅନୁସରି ତାକୁ ଚଳେ l
ଭାଙ୍ଗିଯାଏ କେବେ ମନ ଟି ଆମର
ଖଣ୍ଡ ବିଖଣ୍ଡିତ ହୋଇ,
ଭଙ୍ଗା ମନଟି କୁ ଆଶ୍ୱାସ ଦେଉ
ଧଇର୍ଯ୍ୟ ସାହସ ନେଇ l
ଧଇର୍ଯ୍ୟ ପଥରେ ଈଶ୍ୱର ବିଶ୍ୱାସ
ଆମକୁ ଆଗେଇ ନିଏ,
ଧଇର୍ଯ୍ୟ ଧରିଥିଲେ ନିଶ୍ଚିତରେ ଦିନେ
ସଭିଙ୍କର ଜୟ ହୁଏ l
<
/p>
ରାବଣ ପୁରୀରେ ସୀତା ମାତା କେତେ
ବିପଦରେ ଥିଲେ ରହି,
ଶ୍ରୀରାମଙ୍କ ନାମ ଜପାମାଳି କରି
ଧଇର୍ଯ୍ୟ ହୃଦୟେ ବହି l
ଧୈର୍ଯ୍ୟ ଧରି ପୁଣି ରହିଥିଲେ ଦିନେ
ବାଲ୍ମୀକିଙ୍କ ତପୋବନେ,
ଶେଷରେ ଶ୍ରୀରାମ ଚିହ୍ନିଲେ ପିଲାଙ୍କୁ
ରାମାୟଣର ଗାୟନେ l
ଧୈର୍ଯ୍ୟ କୁ ଧରି ଗାନ୍ଧିଜୀ କରିଲେ
ଅସହଯୋଗ ଆନ୍ଦୋଳନ,
ହେଉ ପଛେ ଡେରି ଭାରତ ଆମର
ହୋଇଲା ଶେଷେ ସ୍ୱାଧୀନ l
ଧଇର୍ଯ୍ୟ ପଥରେ ଆଗେଇ ଯିବା
ଯେତେ ହେଉ ଅଙ୍କା ବଙ୍କା,
ଈଶ୍ୱର ବିଶ୍ୱାସ ହୃଦୟରେ ଥିଲେ
ଦୂର ହୋଇଯିବ ଶଙ୍କା l