ଧାରେ ହସ
ଧାରେ ହସ
ଧାରେ ହସ ବନି ଯାଆନ୍ତି କି
ଖେଳି ଯାଆନ୍ତି ବୁଢୀ ମା ର ଓଠରେ
ତା ଦେହର କଷ୍ଟ, ତା ମନର ଦୁଃଖ
ନେସି ହୋଇ ଯାଆନ୍ତା ମୋ ଦେହ ସାରା
ଆଉ ସେ ଆରାମ କରନ୍ତା ଶାନ୍ତିରେ ।
ଗାରେ ସପନ ବନି ଯାଆନ୍ତି କି
ଲ।ଖି ଯାଆନ୍ତି ଗୋବର ଗୋଟାଉ ଥିବା ଝିଅ ର ଆଖିରେ
ବହି ଖାତା, ଶିକ୍ଷା ଦୀକ୍ଷାର
ମଞି ବୁଣି ଦିଅନ୍ତି
ରାସ୍ତା ରେ ମୁଣ୍ଡ ଟେକି ଚାଲିବାର ଠାଣି ଶିଖିଯାଆନ୍ତା
ଆଉ କାଖରୁ ପାଛିଆ ତାର
ଖସେଇ ଦିଅନ୍ତା ଅଲକ୍ଷରେ, ଅଜାଣତରେ ।
ଚେନାଏ ସ୍ମୁତି ବନି ଯାଆନ୍ତି କି
ଘର କରନ୍ତି ଯାଇ ବିଦେଶୀ ପୁଅର ମନରେ
ମା ର ମମତା, ବାପାକଂ ଶାସନ
ଭଉଣୀର ରାଖି, ଜେଜେକଂର ସ୍ନେହ
ହୃଦୟରେ ଆଲୋଡନ ସୃଷ୍ଟି କରନ୍ତା
ଆଉ ସେ ଧାଇଁ ଆସନ୍ତା ଘରକୁ
କେବେ କେବେ ଛୁଟିରେ।
ଆଞୁଳେ ବିଶ୍ବାସ ବନି ଯାଆନ୍ତି କି
ଭାଈ ଚାରାର ବନ୍ଧ ବାନ୍ଧନ୍ତି ଏ ସାହି ସେ ସାହି ମଧ୍ୟରେ
ପୁଣି ଥରେ ହରିହାଟ ବସନ୍ତି
ଭୋଜନ କିର୍ତନ ଚାଲନ୍ତୁ
ମଦ,ମାଂସ, ଠେଙ୍ଗା ,ବାଡି
ମୁଁହ ମୋଡି ଚାଲିଯାଆନ୍ତେ
ଆଉ ଗାଆଁ ଟୋକା ନାଚନ୍ତେ ଖୁସିରେ।
ଟିକିଏ ପ୍ରେମ ବନି ଯାଆନ୍ତି କି
ବସି ଯାଆନ୍ତି ଯାଇ ନିଷ୍ଠୁର ନିର୍ଦୟ ହ୍ରୁଦୟରେ
ନିରିହ ଫୁଲକୁ ଦଳି ଚକଟିବା ପରିବର୍ତ୍ତେ
ସେ ମାଳି ସାଜି ଜଗି ବସନ୍ତି
ଆଉ ଫୁଲମାନେ ଝୁମନ୍ତେ ନିର୍ଦ୍ବନ୍ଦରେ।
ଟୋପାଏ ସିନ୍ଦୁର ବନି ଯାଆନ୍ତି କି
ଲଟକି ଯାଆନ୍ତି କେଉଁ ବିଧବା ସିନ୍ଥିରେ
ଶୁଷ୍କ ତନୁ ମନ ତାର ପଲ୍ଲବୀ ଉଠନ୍ତା
ଫୁଲ ଫଳେ ତା ଅଗଣା ମଣ୍ଡିତ ହୁଅନ୍ତି
ସୁଖ ଶାନ୍ତି ଉଜାଣି ବହନ୍ତା ତା ଶୂନ୍ଯ ଜୀବନରେ।