କରିନିଅ ନିଜର
କରିନିଅ ନିଜର
ଏଇ ସଂସାର ପ୍ରଭୁ ତୁମ ଦରବାର
ଆମେ ଯେମିତି ବି ଅଛୁ କରିନିଅ ନିଜର
କ୍ରୋଧର ଅନଳ ନୀତି ଜାଳୁ ଅଛି
କାମନାର ତୃଷ୍ଣା କେବେ ନ ମେଣ୍ଟୁଛି
ରାଗ ଦ୍ଵେଷ ନେଇ କରିଅଛୁ ଘର
ଆମେ ଯେମିତି ବି ଅଛୁ କରିନିଅ ନିଜର
ଧନ ଆଉ ପଦ ଅହଂକାରି କରିଛି
ମିଛ ଗର୍ଵ ଅଭିମାନ ମନରେ ରହିଛି
ବଚନ ବି ଆମ ହୋଇଛି ତ ଖର
ଆମେ ଯେମିତି ବି ଅଛୁ କରିନିଅ ନିଜର
ମୋହର ନିଦ୍ରାରେ ଆମେ ଶୋଇ ଯାଇଅଛୁ
ଅନିତ୍ୟକୁ ଆମେ ସତ୍ୟ ମାନି ଅଛୁ
ଲୋଭ ମାୟାରେ ରହି ହୋଇଛୁ ନିଷ୍ଠୁର
ଆମେ ଯେମିତି ଅଛୁ କରିନିଅ ନିଜର
କେତେ ପୁଣ୍ୟ ବଳେ ଆମେ ମଣିଷ ହୋଇଲୁ
ବିଷୟା ଭୋଗରେ ଆମେ ନୀତି ତ ବୁଡିଲୁ
ଆଜ୍ଞାନରେ ହେଲା ଆମ ମନ ଅନ୍ଧକାର
ଆମେ ଯେମିତି ଅଛୁ କରିନିଅ ନିଜର।