STORYMIRROR

linki barik

Inspirational Others

3  

linki barik

Inspirational Others

"ଆହେ ପ୍ରଭୁ ଜଗନ୍ନାଥ"

"ଆହେ ପ୍ରଭୁ ଜଗନ୍ନାଥ"

1 min
133

ଅଗତିର ଗତି ତୁମ୍ଭେ ଆହେ ଜଗନ୍ନାଥ,

ତୁମ୍ଭ ପାଦପଦ୍ମେ ମୋର କୋଟି ପ୍ରଣିପାତ।


ଅନାଥର ନାଥ ତୁମ୍ଭେ ଆହେ ଚକାନୟନ,

ତୁମ୍ଭ ପାଶେ ଅଟକିଛି ମୋର ଏ ମନ।


ହେ ଅବତାରୀ ପୁରୁଷ

କାହିଁ ଗଲା ତୁମ୍ଭ ନେତ୍ର,

ତୁମ୍ଭେ କି ପାରୁନ ଦେଖି

ଦୁନିଆଁର ଅନୀତି ଦୁର୍ନୀତି

ସବୁ ଦେଖି କିବା ଅଛ ନୀରବ

ତୁମ୍ଭଠାରେ ସର୍ବ ଗାଥା ଆରମ୍ଭ।


ସତେ କି ଅବା ନୁହେଁ ଦୃଶ୍ୟମାନ,

ଏ ହିନୀମାନି ଭକ୍ତର ଆର୍ତ୍ତଚିତ୍କାର ତୁମ୍ଭକୁ ।


ଏ ଆତୁର ମିନତୀର ନାହିଁ ବିରତି,

ହୃଦେ ଵିଦ୍ୟ ସଦା ତୁମ୍ଭ ଆରତୀ ।


ପାପସଂହାରୀ ତୁମ୍ଭେ ଧର୍ମ ରକ୍ଷାକାରୀ,

ବିଶ୍ବମ୍ବରା ଚାଲୁଅଛି ଆଜି ଅଧର୍ମ ଚିତ୍ତ ଧରି ।


ଏ ଛାର ମଣିଷର ତୁମ୍ଭେ ରକ୍ଷାକବଚ,

ତୁମ୍ଭ ଅବସ୍ଥିତିରେ ବି ହୀନ ଆଜି ମଣିଷ।


କରୁଣା କର ଆହେ ଭାବଗ୍ରାହୀ,

ଦୁଃଖ ଦୁର୍ଦ୍ଦଶା ଯାଉ ବିଲୋପ ହୋଇ।


ଦୁର୍ବୃତ୍ତ ନଚାଲୁ ଏଠି ବକ୍ଷ ଫୁଲାଇ,

ରସ ପାଳଟୁ ରାମ ରାଜ୍ୟ ହୋଇ।


ନୀରବଦ୍ରଷ୍ଟା ସାଜୁ ଆଜି ତୁ ଏ ଥରହର ସ୍ଥିତିରେ,

ତୋ ମନ୍ଦିରେ ଆଜି ଭକତ ଭିଡ଼ ହେ ଦାରୁ ମୂରରେ ।


କାଳିଆ ଗୋସେଇଁ ଜନାର୍ଦ୍ଦନ ମହାବାହୁ,

ରକ୍ଷାକର ପ୍ରଭୁ ଏ ଘଡିସନ୍ଧି ମୁହୂର୍ତ୍ତରୁ।


ତୁ ନଶୁଣିଲେ ଆଉ କେ ଶୁଣିବ ଏ ଆକୁଳ ବେଦନା,

କା ପାଶେ କାନ୍ଦିବି ଆଉ ବ୍ୟାକୁଳ କାନ୍ଦଣା ।


ଦରିଦ୍ରର ନାଥ ଆହେ ଜଗନ୍ନାଥ ମେଦିନୀ ମାଲିକ ତୁହି,

ନୀତି ତୋ ଚରଣେ ଲୋଟି ପଡ଼ୁଥିବା ଛାର ଭକତ ମୁହିଁ।


କେତେ ତୁ ଶୁଣିଛୁ ବ୍ୟାକୁଳ କ୍ରନ୍ଦନ

କରୀ ଦ୍ରୌପଦୀ ସୁଦାମା ଦାସିଆ ଅଜାମୀଳ,

ଧ୍ରୁବପ୍ରଲ୍ହାଦ ଅର୍ଜୁନର ତୁ ଅଟୁ ପ୍ରେରଣା

କି ପାଇଁ ଆଜି ସାଜିଛୁ ତୁ ପଥର 

ଦୁର୍ଗମ ପଥେ ଆଜି ମୁହୁର୍ମୁଃହୁ ଯନ୍ତ୍ରଣା।


ଆହେ ପ୍ରଭୁ ମହାବାହୁ ମାଗୁଣି ତୋ ପଦେ ମୋର,

ତୋ କ୍ଷେତ୍ରରେ, ତୋଅରି କୋଳେ ଯାଉ ଚାଲି ଏ ନିଛକ ପରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational