STORYMIRROR

RAKHAL CHANDRA SWAIN

Inspirational

3  

RAKHAL CHANDRA SWAIN

Inspirational

ଭରସା କାହାକୁ

ଭରସା କାହାକୁ

1 min
261

ଭରସା କାହାକୁ ?

ଯେଉଁଠି,


ଷାଠିଏ ରୁ ଉର୍ଦ୍ଧ୍ବ,

ଋତୁଚକ୍ର କୁ ସାମ୍ନା କରି,

ମିଳିମିଶି ଲଢି ଆସୁଥିବା,

ଚଳନ୍ତି ପିଞ୍ଜରା,ଆଉ, 

ତା ଭିତରେ ଥିବା ଶାରୀ,

ଗୋଟିଏ ଚତୁର୍ଥାବସ୍ଥାକୁ,

 ସାମ୍ନା କରିପାରନ୍ତି ନି।


ଭରସା କାହାକୁ ?

ଯେଉଁଠି,


ସଳଖ ଅଣ୍ଟା ଟା, ନଇଁ ଗଲା ପରେ,

ଦୁଇ ଦୁଇଟା ସୂର୍ଯ୍ୟ ର ଜ୍ୟୋତି ଢାଳୁଥିବା,

ଆଖିରୁ ଆଲୁଅ ସବୁ ଲିଭିଗଲା ପରେ,

କର୍କଶ ଶଦ୍ଦ ଉଚ୍ଚାରଣରେ, ସହାୟତା କରୁଥିବା,

ବତିଶି ଦାନ୍ତ ମାଢିଠୁଁ ଅଲଗା ହୋଇ ଗଲା ପରେ,

'ମାର ମାର', କହିଆସୁଥିବା ଶାରୀ ଟା,

ସ୍ବର ବଦଳେଇ,'ରାମ ରାମ 'କହୁଛି।


ଭରସା କାହାକୁ ?

ଯେଉଁଠି,


ଇତିହାସ କୁ ଜମା ଫେରି ଚାହୁଁନଥିବା,

ଶାରୀ, ଭବିଷ୍ୟତ ଦେଖୁଛି।

କାହିଁ କେତେ ପୁରୁଣା,

ନବମ ଶ୍ରେଣୀର ପଢିଥିବା ପାଠ,

ଡାକ ମୁନିସ୍ ଗପ,

ତା' ମନରେ ଭୟ ସଞ୍ଚାର କରୁଛି।


ଭରସା କାହାକୁ ?

ଯେଉଁଠି,


ପଟ୍ଟା ପାଉତିରୁ,ସୂଚ୍ୟଗ୍ରେ ମେଦିନୀ ପାଇଁ,

ମହାଭାରତ ସୃଷ୍ଟି କରିଥିବା ଶାରୀ ପାଇଁ,

ପଟ୍ଟା ପାଉତି ଆଜି ,ପାଲଟୁଛି,

ଟୁକୁରା କାଗଜ।


ଆଉ,

ଶେଷରେ,

ଚୂଡାନ୍ତ ପରୱାନା ପାଇ,

ଏକା ଏକା ଉଡି ଯାଉଛି,

ପରମ ଧାମକୁ,

ପରମ ଶାନ୍ତି ପାଇଁ,

ପିଞ୍ଜରା କୁ ଛାଡି,

ପଚା ସଢା,ପୂତିଗନ୍ଧମୟ ସମାଧି ରାଜ୍ୟରେ।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational