STORYMIRROR

ASHOK KUMAR NAYAK

Inspirational

3  

ASHOK KUMAR NAYAK

Inspirational

"ଜୟ ଶ୍ରୀ କୃଷ୍ଣଚନ୍ଦ୍ର "

"ଜୟ ଶ୍ରୀ କୃଷ୍ଣଚନ୍ଦ୍ର "

1 min
239


ଜୟ ଜୟ କୃଷ୍ଣଚନ୍ଦ୍ର କମଳନୟନ, 

ଜୟ ଜୟ କୃଷ୍ଣଚନ୍ଦ୍ର ଆରତ ଭଞ୍ଜନ ।


ଜୟ ଜୟ କୃଷ୍ଣଚନ୍ଦ୍ର କାଳୀୟ ଦଳନ, 

ଜୟ ଜୟ କୃଷ୍ଣଚନ୍ଦ୍ର ମଦନମୋହନ ।


ଜୟ ଜୟ କୃଷ୍ଣଚନ୍ଦ୍ର ଦେବକୀ ନନ୍ଦନ, 

ଜୟ ଜୟ କୃଷ୍ଣଚନ୍ଦ୍ର କରୁଣା ନିଧାନ ।


ଜୟ ଜୟ କୃଷ୍ଣଚନ୍ଦ୍ର ଯଶୋଦାଙ୍କ ସୁତ, 

ଜୟ ଜୟ କୃଷ୍ଣଚନ୍ଦ୍ର ପ୍ରଭୁ ଜଗନ୍ନାଥ ।


ଗୋବିନ୍ଦ ଗୋପାଳ ଗୋପୀନାଥ ନନ୍ଦସୁତ, 

ମୁକୁନ୍ଦ ମୁରାରୀ ବାସୁଦେବ ଯେ ଅନନ୍ତ ।


ପରମାନନ୍ଦ ଆନନ୍ଦ କନ୍ଧ କରପାଣି, 

ଗଦାଧର ପୀତବାସ ରମଣ ରୁକ୍ମିଣୀ ।


ଗରୁଡ଼ ବାହନ ଗଦାପାଣି ଗୋବର୍ଦ୍ଧନ, 

ବୃନ୍ଦାବନ ପଦ୍ମନାଭ ହେ ବିଶିକେଶନ ।


ବଂଶୀସ୍ୱନେ ଗୋପୀଙ୍କର ମନ ଚୋରିକର, 

ନମସ୍ତେ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଭୁ ବଂଶୀଧର ।


Rate this content
Log in

Similar oriya poem from Inspirational