କ୍ରୋଧର ନିଆଁ
କ୍ରୋଧର ନିଆଁ
କ୍ରୋଧର ନିଆଁରେ ମୁଁ ଖାଲି ଜଳୁଛି
କ୍ରୋଧ ମୋତେ ଜାଳୁଛି ମୋର ସର୍ବନାଶ କରୁଛି
ଘରେ ପିତା ମାତା କିଛି କହିଲେ
ଭାରି କ୍ରୋଧ ଆସୁଛି
ସେଇ କ୍ରୋଧ ରେ ରହି ମୁଁ ନିଜ ଜ୍ଞାନ ହାରଇ ଦେଉଛି
କେହି କିଛି କହିଲେ କେହି ମୋତେ ଅପମାନ କଲେ
ମୁଁ କିଛି କାହାକୁ ନ କହି ମନେ ମନେ କ୍ରୋଧ ରେ ଜଳେ
କେହି ଶତ୍ରୁ ହୋଇ ଜୀବନରେ ଆସଇ
ମୋ ଭିତରେ ସୋଇ ଥିବା କୋଧକୁ ସେ ଜାଗ୍ରତ କରଇ
କ୍ରୋଧ କୁ ଚାଣ୍ଡାଳ ବୋଲି ପୁରାଣରେ ହୋଇଛି ବର୍ଣିତ
ଗିତା ରେ ଶ୍ରୀ କୃଷ୍ଣ କହିଲେ କ୍ରୋଧକୁ ନ କରିବ କେବେ ପାର୍ଥ
କ୍ରୋଧରେ ଜ୍ଞାନ ସବୁ ଚାଲି ଯାଏ
କ୍ରୋଧ ନିଆଁରେ ମଣିଷ ଅଜ୍ଞାନୀ ହୁଏ
ଛୋଟ ଛୋଟ କଥାରେ ଭାରି କ୍ରୋଧ ଆସେ ମୋତେ
ବେଶୀ କ୍ରୋଧି ହେଲେ ଜାଣେନି କେମିତି ରହିବି ଜଗତେ
ମୁଁ ଏତେ ଶାନ୍ତ କ୍ରୋଧ କରିବା ମୋହର ସ୍ଵଭାଵ ନୁହଁଇ
ତଥାପି କିଛି ଅସହ୍ୟ କଥା ମୋ
ଭିତରେ କ୍ରୋଧକୁ ଜାଳଇ
ମୁଁ ଈଶ୍ୱର ଙ୍କ ଚରଣେ ଏତିକି ବିନତି କରୁଛି
କ୍ରୋଧର ନିଆଁରୁ ମୋତେ ରକ୍ଷା କର
ପାଦ ପଦ୍ମ ରେ ଶରଣ ପଶୁଛି ।