STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
176


କ୍ରୋଧର ନିଆଁରେ ମୁଁ ଖାଲି ଜଳୁଛି

କ୍ରୋଧ ମୋତେ ଜାଳୁଛି ମୋର ସର୍ବନାଶ କରୁଛି

ଘରେ ପିତା ମାତା କିଛି କହିଲେ 

ଭାରି କ୍ରୋଧ ଆସୁଛି

ସେଇ କ୍ରୋଧ ରେ ରହି ମୁଁ ନିଜ ଜ୍ଞାନ ହାରଇ ଦେଉଛି

କେହି କିଛି କହିଲେ କେହି ମୋତେ ଅପମାନ କଲେ

ମୁଁ କିଛି କାହାକୁ ନ କହି ମନେ ମନେ କ୍ରୋଧ ରେ ଜଳେ

କେହି ଶତ୍ରୁ ହୋଇ ଜୀବନରେ ଆସଇ

ମୋ ଭିତରେ ସୋଇ ଥିବା କୋଧକୁ ସେ ଜାଗ୍ରତ କରଇ

କ୍ରୋଧ କୁ ଚାଣ୍ଡାଳ ବୋଲି ପୁରାଣରେ ହୋଇଛି ବର୍ଣିତ

ଗିତା ରେ ଶ୍ରୀ କୃଷ୍ଣ କହିଲେ କ୍ରୋଧକୁ ନ କରିବ କେବେ ପାର୍ଥ

କ୍ରୋଧରେ ଜ୍ଞାନ ସବୁ ଚାଲି ଯାଏ

କ୍ରୋଧ ନିଆଁରେ ମଣିଷ ଅଜ୍ଞାନୀ ହୁଏ

ଛୋଟ ଛୋଟ କଥାରେ ଭାରି କ୍ରୋଧ ଆସେ ମୋତେ

ବେଶୀ କ୍ରୋଧି ହେଲେ ଜାଣେନି କେମିତି ରହିବି ଜଗତେ

ମୁଁ ଏତେ ଶାନ୍ତ କ୍ରୋଧ କରିବା ମୋହର ସ୍ଵଭାଵ ନୁହଁଇ

ତଥାପି କିଛି ଅସହ୍ୟ କଥା ମୋ 

ଭିତରେ କ୍ରୋଧକୁ ଜାଳଇ

ମୁଁ ଈଶ୍ୱର ଙ୍କ ଚରଣେ ଏତିକି ବିନତି କରୁଛି

କ୍ରୋଧର ନିଆଁରୁ ମୋତେ ରକ୍ଷା କର 

ପାଦ ପଦ୍ମ ରେ ଶରଣ ପଶୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational