STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ବିବେକାନନ୍ଦ

ବିବେକାନନ୍ଦ

1 min
185

କୋଟି ତପସ୍ୟାର ପୂଣ୍ୟ ଫଳେ

ଜନମିଲ ହେ ସ୍ୱାମୀଜୀ,

ଯୁବ ସମାଜର କର୍ଣ୍ଣଧାରା ହେଲ

ଦେଶ ଅଗ୍ରଗତି କଲା ଆଜି,

ବିବେକରୁ ସଦା ଝରୁଥିଲା ତବ

ଆନନ୍ଦର ମଧୁ ରସ,

ଆଜି ସେହି ମଧୁ ରସ ପାନ କରି

ଯୁବ ହୃଦରେ ସାହସ,

କ୍ଷଣ କ୍ଷଣ ମଧ୍ୟେ ମୋଟା ମୋଟା ବହି

ମୁଖସ୍ତ ଯେ କରୁଥିଲ ,

ବିଶ୍ଵବିଜୟୀ ବିବେକାନନ୍ଦ ହେ

ବିଦେଶରେ ଜିତିଗଲ,

କେତେ ମହା ମହା ପରୀକ୍ଷା ମଧ୍ୟରେ

ଉତ୍ତୀର୍ଣ୍ଣ ଯେ ହୋଇଥିଲ,

ଶିକ୍ଷା, ସଂସ୍କୃତି ଆଦର୍ଶ ଓ ନୀତି

ବିଦେଶରେ ବୁଣିଦେଲ।

ପିତା ମାତାଙ୍କର ଆଦର୍ଶ ସନ୍ତାନ

ଆଦର୍ଶରେ ବଳୀୟାନ,

ପୁରାଣରୁ ଶୁଣି ଜ୍ଞାନୀ ଗୁଣୀ,ବାଣୀ

ଧନ୍ୟ ତ ତବ ଜୀବନ,

ଦୁଃଖ ଦରିଦ୍ରଙ୍କ ବନ୍ଧୁ ଅଟ ତୁମେ

ଦାନ କରୁଥିଲ ମନଜାଣି,

ପିନ୍ଧିଥିବା ଲୁଗା ଦାନ ଦେଇ ତୁମେ

ନିସ୍ବଃ ହୋଇଥାଅ ଜାଣିଶୁଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational