STORYMIRROR

linki barik

Inspirational Others

3  

linki barik

Inspirational Others

"କ୍ରୋଧର ନିଆଁ"

"କ୍ରୋଧର ନିଆଁ"

1 min
145

କ୍ରୋଧ ବନ୍ହି ଅଟେ ଭାରି ଭୟଙ୍କର

ଦେହ ମନ ପାଇଁ ସେ ଅତିଷ୍ଠ ଜହର,

ଯେତେ ପାରୁଛ ତାକୁ ପରିତ୍ୟାଗ କର

ଦୟା କ୍ଷମା ପ୍ରଜ୍ଞାରେ ହେଉ ନିର୍ଲିପ୍ତ ତୁମ୍ଭ ଜୀବନ ସାଗର।


ସର୍ବନାଶର ବୀଜ ଏ କ୍ରୋଧ,

ଏ କ୍ରୋଧ ହୋଇ ଯାଉ ଅବରୋଧ।


ବୁଦ୍ଧି ଯାଏ ହଜି କ୍ରୋଧରେ କ୍ରୋଧରେ,

ବିଚାର ବି ପଥଭ୍ରଷ୍ଟ ହୋଇ ପାରେ।


ବିବେକ ଯାଏ ରହି ପଛରେ

ପହଞ୍ଚେ ମନୁଷ୍ୟ ଶେଷ ସିଦ୍ଧାନ୍ତରେ,

ଉପଯୁକ୍ତ ହେଉ ବା ଅନୁପଯୁକ୍ତ

ପଞ୍ଚୈନ୍ଦ୍ରୀୟ ଅନିୟନ୍ତ୍ରିତ ଏ କ୍ରୋଧ ଆଗରେ।


ଧ୍ଵଂସ ବିଭୀଷିକା ରଚି ସେ ଆସେ,

ସମ୍ପର୍କ ନାଶ ଏ କ୍ରୋଧ ପାଶେ।


କୋଧିତ ମନରେ କେଉଁଠି ବହେ ରୁଧିର,

ଏ କ୍ରୋଧେ ସମସ୍ୟା ଦ୍ଵିଗୁଣିତ ସାର।


ବଦରାଗୀ ମନୁଷ୍ୟ ନିଶ୍ଚେ କରେ ପଶ୍ଚାତାପ

ସେ ଜ୍ୱଳନ୍ତ ଅଗ୍ନି ଶିଖାରେ ଛାରଖାର ହୋଇ

ଜଳେ ମନର ଉତ୍ତାପ,

ବେଳେବେଳେ କ୍ରୋଧରୁ ଉନ୍ମେଷ ହୋଇପାରେ ପାପ

ଵିବେକର ଆନ୍ତରିକ ବାର୍ତ୍ତା ଯାଏ ଲୁଚି 

କ୍ରୋଧ ପରିଣତି ହିଁ ଅଗ୍ରଭାଜ୍ୟ।


କ୍ରୋଧ ବନ୍ହି ଅଟେ ଭାରି ଭୟଙ୍କର

ଦେହ ମନ ପାଇଁ ସେ ଅତିଷ୍ଠ ଜହର,

ଯେତେ ପାରୁଛ ତାକୁ ପରିତ୍ୟାଗ କର

ଦୟା କ୍ଷମା ପ୍ରଜ୍ଞାରେ ହେଉ ନିର୍ଲିପ୍ତ ତୁମ୍ଭ ଜୀବନ ସାଗର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational