STORYMIRROR

Prasanna Kumar Das

Inspirational

3  

Prasanna Kumar Das

Inspirational

ଭଡାଘର

ଭଡାଘର

1 min
154

ଶୁଭପରିଣୟ କିଛି ଦିନ ପରେ ପତ୍ନୀ ଘେନି ସଙ୍ଗେ ଗଲି ସହର

ସହରତଳିର ଭଡା ଘରଟିରେ ଦୁଇ ପ୍ରାଣୀ ଯାଇ ହେଲୁ ହାଜର।


ସକାଳ ବେଳାର ଜଳପାନ କାଳେ କାଚ ଝରକାରେ ବାହାରେ ଚାହିଁ

ପଡୋଶୀ ଛାତରେ ଶୁଖୁଥିଲା ଲୁଗା ପତ୍ନୀ ଦେଖୁଥିଲେ ଅଧୀର ହୋଇ ।


କହିଲେ ଦେଖ ଏ ପଡୋଶୀ ଲୋକଙ୍କୁ ଲୁଗାପଟା ଧୋଇ ଆସେନି ମୋଟେ

ଅସନା ମଇଳା ଲୁଙ୍ଗି ଧୋତି କୁର୍ତ୍ତା ଶାଢି ସାୟା ସବୁ ଶୁଖୁଛି ଯେତେ ।


ଏହି ପରକାରେ ନିତି ଦିନ ଦେଖି ପତ୍ନୀ କରୁଥିଲେ ବିରକ୍ତି ଭାଷ

ରବିବାର ଛୁଟି ସକାଳୁ ମୁଁ ଉଠି କରିଥିଲି ସଫା ଝରକା କାଚ ।

 

ପ୍ରତିଦିନ ପରି ଝରକା ଉହୁଙ୍କି ଦେଖୁଥିଲେ ପତ୍ନୀ ଲୁଗା ସୁଖୁଛି

ଧୋବ ଫର ଫର ନାଲି ହଳଦିଆ ଲୁଗାପଟା ସବୁ ସଫା ଦିଶୁଛି।


କହିଲେ କିଏବା’ ବୁଝାଇଲା ତାଙ୍କୁ ବସ୍ତ୍ରମାନ ଆଜି ଦିଶୁଛି ତୋରା

ମୁଁ କହିଲି ପ୍ରିୟେ ସକାଳେ ସଅଳେ ଝରକାର କାଚ ପୋଛିଲି ପରା ।


ପଡୋଶୀ ଆମର କାମରେ କୁଶଳ ତୁମ ଦୃଷ୍ଟି ଦୋଷ ଥିଲା ମଳିନ । 

ଦୃଷ୍ଟି ଅନୁସାର ସୃଷ୍ଟି ଉପୁଜଇ ମଳିନ ଦିଶଇ ସଫା ବସନ ।


ମନ ଆଇନାରୁ ପୋଛିଦିଅ ମଳି ଦୁନିଆ ବାସ୍ତବ ପାରିବ ବୁଝି  

ଅକ୍ଷି ଦେଖିଥିବା ସତ ହୁଏ ମିଛ ମିଛ ପଛେ ସତ ଥାଏଟି ଲୁଚି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational