STORYMIRROR

Archana Sarangi

Inspirational

3  

Archana Sarangi

Inspirational

ସିନ୍ଦୁର

ସିନ୍ଦୁର

1 min
204

ଏ ନାଲି ରଙ୍ଗ ନୁହେଁ ଖାଲି ନୁହେଁ ସେ ଅବୀର 

ଇଏ ହେଉଛି ଟୋପେ ସିନ୍ଦୁର , 

ଏ ଟୋପେ ସିନ୍ଦୁର ନାରୀ ପାଇଁ ସୁହାଗର ପୂଜା ମନ୍ଦିର 

ନାରୀ ହେଉଛି ଏହି ମନ୍ଦିରର ପୂଜାରିଣୀ 

ମିଛ ନୁହେଁ ଏତ ସତ କାହାଣୀ 

ଏ କାହାଣୀ କୁ ଲିଭେଇବାକୁ ସାହସ ନାହିଁ ଯେ କାହାର 

ଇଏ ହେଉଛି ସାତ ଜନ୍ମର ହସ୍ତାକ୍ଷର 

ଏହି ମହତ୍ତ୍ଵ ଏ ଟୋପେ ସିନ୍ଦୁରର 

ଏହା ଯୋଗେ ବନ୍ଧନ ହୁଏ ସାତ ଜନ୍ମର 

ନାରୀ ମଥା ରେ ଲାଗିଲା ପରେ ଟୋପେ ସିନ୍ଦୁର

ମିଳନ ହୁଏ ପୁଣି ଯୁଗଯୁଗର 

ବାପ ଘର ହୁଏ ଦୁଇ ଦିନର କୁଣିଆଁ ଘର 

ସ୍ଵାମୀର ଘର ହୁଏ ଅତି ଆପଣାର 

ଏଇ ଅଢେଇ ଦିନିଆ ଜୀବନରେ 

ଶାଶୁ ଘର ଦେଢ ଦିନର 

ସିନ୍ଦୁର ଟୋପାକ ପାଇଁ ନାରୀ ପାଏ ପରିଚୟ ସଧବା ର

ବାହା ବେଦୀ ରେ ସିନ୍ଦୁର ତ ହୁଏ ଶେଷ ସାକ୍ଷୀ 

ଦୁଇଟି ଆତ୍ମାକୁ ସାତ ଜନମକୁ ଦିଏ ଯୋଖି 

ପଥର ଦେହରେ ଲାଗିଲେ ସିନ୍ଦୁର ହୁଏ ସେ ଦେବୀ ଟିଏ 

ନାରୀ ମଥାରେ ଲାଗିଲେ ସେ ତାକୁ ବଳିଯିବ କିଏ 

ଚଳୁଥାଏ କରି ପରକୁ ଆପଣାର 

ପ୍ରଭାବ ଅଟେ ଏ ଟୋପେ ସିନ୍ଦୁରର 

ଏ ନୁହେଁ ଜୀବନର ଖେଳଘର 

ନାରୀ ପାଇଁ ଏ ତ ସୁହାଗର ପୂଜା ମନ୍ଦିର 

ସିନ୍ଦୁର ଏ ସିନ୍ଦୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Archana Sarangi

Similar oriya poem from Inspirational