କବି ଓ କ୍ରାନ୍ତି
କବି ଓ କ୍ରାନ୍ତି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ହେ ଉତ୍କଳର କବି ନାହିଁ ପଛଘୁଞ୍ଚା
ପଡ଼ିଛ ଆଜି କି ଶୋଇ
କ୍ରାନ୍ତି କବି ଆସେ ରଣ ହୁଙ୍କାରେ
ଯୁଦ୍ଧର ଡାକରା ନେଇ ।
ଉଠ ଉଠ ତୁହି ଉତ୍କଳର କବି
ସଂଗ୍ରାମ ଲାଗି ଉଦ୍ୟତ,
ଅନ୍ୟାୟ ବିରୁଦ୍ଧେ କରିଯାଅ ରଣେ
ଲେଖନୀ କରି ପ୍ରସ୍ତୁତ ।
ରଣକ୍ଷେତ୍ରେ ତୁହି ନୁହଇ ଏକାକୀ
ତୋ ସାଥିରେ ଦେଶବାସୀ,
ଅନ୍ୟାୟକୁ ତଡ଼ି ଦେଶରୁ ବିତାଡ଼ି
ଆଣି ଦେଇପାରେ ଖୁସି ।
ସମ୍ପର୍କଟା ଏବେ ବଡ଼ ନୁହେଁ ଏବେ
ବଡ଼ ସେ କ୍ରାନ୍ତି ଜୀବନ,
ସମାଜଠୁ ଟିକେ ଦୂରେଇ ଯାଇ ତୁ
ସମାଜକୁ ଦେ ପ୍ରାଣ ।
ଲେଖନୀ ତୋ ସତ୍ୟ ଵୋଲାଉ ତୁହିରେ
ଉତ୍କଳେ କ୍ରାନ୍ତିକୁ ଭଣି,
କବିର ଚାତୁରି ସତ୍ୟର ପୂଜାରୀ
ସମାଜେ ଅଗ୍ରଣୀ ପୁଣି ।