STORYMIRROR

Shashanka sekhar Ray

Romance

3  

Shashanka sekhar Ray

Romance

ଧାରେ ହସ

ଧାରେ ହସ

1 min
417


ଜୀବନର କାଚ କେନ୍ଦୁପାଣି ଚହଲିଲେ

ତୁମ ଓଠରୁ ଝରିପଡେ ଗଙ୍ଗ ଶିଉଳୀ

ମୋ ହୃଦୟର ମାଟିପରେ

ଅତୀତର ଜହ୍ନ ଉଇଁ ଆସେ

କେଉଁଠୁ କେଜାଣି ବଳେ ବଳେ

ରାତିର ଶୂନଶାନ ପ୍ରହରେ ।


ତୁମ ସରୁ ଧାର ହସ ମନେ ପଡିଲେ

ସଵୁ ଦୁଃଖ ଜଞ୍ଜାଳକୁ ପୋଛା ପୋଛି କରି

ନଈରେ ଉଜେଇଲା ବେଳେ 

କାହିଁ ମୁଁ ଆନମନା ହୁଏ

ପଛକୁ ଫେରିଯିବାକୁ ଭାରି ଇଚ୍ଛା ହୁଏ

ମନର ପକ୍ଷୀରାଜ ଘୋଡାରେ 

ସମୁଦ୍ର ଝାଉଁବଣ ବାଲିତଟ କଥା

ଖୁବ ମନେପଡେ ନୋଳିଆ ସାହି ବସ୍ତିରେ ।


ତୁମର ସେଦିନର ଚେନାଏ ହସ

ଅଲିଭା ଗାର ଟାଣିଥିଲା ମୋ ଛାତିରେ

ଭୁଲିଥିଲି ମୁଁ ସବୁଜ ପୃଥିବୀକୁ

ଜହ୍ନ ତାରା ନୀଳ ସମୁଦ୍ରର ଢେଉକୁ

ତୁମ ପ୍ରତିଛବିଟିଏ ଆଙ୍କି ମୋ ମନରେ ।


ଆଜି କାହିଁ ବେଶ୍ ଖୋରାକ ଯୋଗାଏ 

କଷ୍ଟ ଲାଗେନି ଜମା ମୋତେ

ପାହାଚ ପରେ ପାହାଚ ଚଢିବାକୁ

ତୁମରି ଧାରେ ହସକୁ ପୁଞ୍ଜି କରି 

ସୁଖରେ ବଞ୍ଚିବାର ଅଭିନୟ ଯାହା ଖାଲି କରେ ।





Rate this content
Log in

Similar oriya poem from Romance