STORYMIRROR

Shashanka sekhar Ray

Romance

3  

Shashanka sekhar Ray

Romance

ଧାରେ ହସ

ଧାରେ ହସ

1 min
11.9K


ସ୍ଵପ୍ନ ମାନଙ୍କୁ ସାଉଁଟି ରଚିଥିଲ ନୀଡ଼ଟିଏ

ନିଜ ପେଟରୁ ଆହାର ଛଡାଇ 

ଭରିଥିଲ ଆଞ୍ଜୁଳାଏ ଖୁସି 

ଶୂନ୍ୟ ମୋ ପଣତରେ 

ସବୁ ଦୁଃଖର ଗୋବର୍ଦ୍ଧନକୁ ନିଜ କାନ୍ଧେ ଧରି

ଏକା ଏକା ତୁମେ ନିର୍ବାକ ପାଲଟିଥିଲ

କେବଳ ଟିକେ ମୋ ପାଇଁ ସତରେ ।


ମୋ ହସ କାଳେ ଲକ୍ଷେ ଅମୃତର ଭାଣ୍ଡ

ଦିନରାତି ପାହାଡ ଚଢାର ଯନ୍ତ୍ରଣା

ଅବଦମିତ ହୋଇଯାଏ ଆପଣାଛାଏଁ

ଶତ ସିଂହର ବଳ କୁଆଡୁ ଆସେ କେଜାଣି

ସମୁଦ୍ରଟାକୁ ପହଁରିବାକୁ ବି ପଛାଅନାହିଁ ତୁମେ

ମୋ ମୁଁହକୁ ଚାହିଁ ଦେଲେ ଥରେ ।


ତୁମର ଆଉ ମୋର ସମ୍ପର୍କ 

ଆଜି କି କାଲିର ନୁହେଁ

ଏ ତ ଯୁଗ ଯୁଗର 

ତମ ବିନା ମୁଁ

ମୋ ବିନା ତୁମେ ଦୁନିଆରେ

ବଞ୍ଚିବାଟା ମିଛ ହୋଇପାରେ ।


ତୁମେ ହେହ ହେଲେ ମୁଁ ଛାଇଟିଏ

ପରସ୍ପରର ଅତି ନିବିଡତାର ବନ୍ଧନ

ମୋ ଧାରେ ହସରେ ପୃଥିବୀ ଜିଣିଯାଅ ତୁମେ

କେତେ ରକ୍ତାକ୍ତ କ୍ଷତାକ୍ତ ହେଲେ ବି

ସବୁ କିଛି ଭୁଲିଯାଅ ଆନନ୍ଦେ

ଦେଖି ଧାରେ ହସ ଟିକକ ମୋ ଓଠରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance