Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଧାରା ଶ୍ରାବଣ

ଧାରା ଶ୍ରାବଣ

1 min
193


 ଧାରା ଶ୍ରାବଣ ସୁପବିତ୍ର 

ବରଷେ ବାରିଦ ସର୍ବତ୍ର।


ହରଙ୍କୁ ସୁମରଣା କରି

ଭାରରେ ଜଳକୁମ୍ଭ ଭରି ।


ସୋମବାରରେ ଧାଡି ଧାଡି

ଚାଲନ୍ତି ଭକତ କାଉଡି ।


ଗହଳି ଉଠେ ଶିବାଳୟ

ହୃଦୟ ଶିବ ଭାବମୟ ।


ଶିବଙ୍କ ପ୍ରତୀକ ଲିଙ୍ଗରେ

ଜଳ ଅର୍ପନ୍ତି ଭକ୍ତି ଭରେ ।


ହରନ୍ତି ଦୁଃଖ ମହାଦେବ

ପାତକ ହୁଅଇ ଲାଘବ ।


ଗୁଞ୍ଜଇ ହର ହର ବମ

ପୂରଇ ଭକ୍ତ ମନସ୍କାମ ।


ଶ୍ରାବଣେ ଜଳ ଅଭିଷେକ

ଅଟଇ ସୁଫଳ ଦାୟକ ।


ପୁରାଣେ ରହିଛି ବର୍ଣ୍ଣନ

ଶ୍ରାବଣେ ପବିତ୍ର ପାବନ ।


କଠୋର ବ୍ରତ ଆଚରିଣ 

ମାତା ପାର୍ବତୀ ଥିଲେ ପୁଣ ।


ତପସ୍ୟା ହେଲା ଫଳବତୀ

ହରଙ୍କୁ ଲଭିଲେ ପାର୍ବତୀ ।


ଏଣୁ ରହିଛି ସୁବିଶ୍ୱାସ

ଶ୍ରାବଣ ଅଟେ ଧର୍ମମାସ ।


ଶିବଲିଙ୍ଗରେ ଜଳାର୍ପଣ

ପୂର୍ଣ୍ଣ କରଇ ମନସ୍କାମ ।


ତୁଟଇ ଗୃହର ବିବାଦ

ମିଳଇ ସୈ।ଭାଗ୍ୟ ସମ୍ପଦ ।


ବିବାହ ବ୍ରତ ଶୁଭ କର୍ମ 

ନିର୍ବିଘ୍ନ ହୁଅଇ ନିଷ୍ପନ୍ନ ।


ସେ ହର ଶିବ ମହାଦେବ

ଭକ୍ତଙ୍କୁ ହୁଅନ୍ତୁ ସହାୟ ।


ମଙ୍ଗଳମୟ ଭଗବାନ

କରନ୍ତୁ ଜଗତ କଲ୍ୟାଣ ।



Rate this content
Log in

Similar oriya poem from Inspirational