STORYMIRROR

Bidyutlata Das

Tragedy

4  

Bidyutlata Das

Tragedy

ଧ୍ୱଂସ ପଥେ

ଧ୍ୱଂସ ପଥେ

1 min
257

ଆସ ଆମେ ସବୁ

ଭିଡି ନେବା ସବୁଜ ଏ ପୃଥିବୀର

ସୁଶୋଭିତ ସାତରଙ୍ଗୀ ସମସ୍ତ ଉତ୍ତରୀ

କରିଦେବା ଆବରଣହୀନ ଏକ ପାଷାଣ ପ୍ରତିମା

ଯାହାର ନଥିବ କିଛି ହୃଦୟ ଓ

ଆବେଗର ମୁକ୍ତ ଅନୁଭବ

ଛଳଛଳ ନୟନରୁ ଝରିବାର ସମ୍ଭାବନା ସବୁ

ସ୍ଥିର ସ୍ଥବିରତା ନେଇ ମୂଢ, ନିର୍ବାକ ପ୍ରସ୍ତର ସାଜି

ଆଉ ଏକ ପ୍ରଳୟର ଅପେକ୍ଷା ରେ ଥିବ ।

ମହାନ ଏ ମାଟି ଯଦି ଭୁଲିଯାଏ

ମା'ର ମର୍ଯ୍ଯାଦା ସହ ମାତୃତ୍ୱର ସ୍ପର୍ଶ ସଞିବନୀ

ଶୃଙ୍ଖଳିତ ସମାଜର କାଳଜୟୀ ଆକର୍ଷଣ

ଶାଶ୍ୱତ ସଂପର୍କର ସେ ସ୍ୱଛ ସୁରଧୁନୀ

ସମଗ୍ର ବିଶ୍ୱ ବୁକୁରେ ଅସରନ୍ତି ଆଲୋକର

ଶେଷହୀନ ପ୍ରଜ୍ଞା ପୀଠ ଯାର ପରିଚୟ

କେଉଁ ଜ୍ଞାନ କୁ ଆବୋରି କେଉଁ ଆଡେ ଗତି ତାର

ନିଜ ହାତେ ହରାଉଛି ମାତୃ-ପରିଚୟ !

ପରକୀୟା ଆକର୍ଷଣ , ସବୁ ମୂଳେ ନାରୀ ଆଉ

ନାରୀତ୍ୱ ର ଚରମ ଲାଞ୍ଛନା

କେଉଁ ଗୌରବ ସୌରଭ ଆଶା ରେ ଏ

ଅର୍ବାଚୀନ ଆଇନର ବାହୁଛାୟା ତଳେ

ପୌରୁଷର ପ୍ରତିଷ୍ଠା ନା ନିର୍ଲଜ୍ଜ ଛଳନା ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy