STORYMIRROR

Bidyutlata Das

Abstract

3  

Bidyutlata Das

Abstract

ଆମ ଗାଁ ମଶାଣି

ଆମ ଗାଁ ମଶାଣି

1 min
404


ନିଘଞ୍ଚ ସବୁଜିମା ର ଦିଗବଳୟ ଛୁଇଁ

ଆକାଶଟା ମିଶେ ଯହିଁ

ପୃଥିବୀର ଗଭୀର ଆଶ୍ଳେଷେ

ଯେଉଁଠାରେ ଶେଷହୁଏ

ପ୍ରସାରିତ ଦୃଷ୍ଟି ପରିସୀମା

କେଇଖଣ୍ଡ ନାଳ, ବିଲ, ଗଛ ଛୁଇଁ

ସୁବିସ୍ତୀର୍ଣ ପ୍ରାନ୍ତରଟା

ହଜିଯାଏ ମହାଶୂନ୍ଯ ଅପହଞ୍ଚ ଦେଶେ


ସେଇଠାରେ ସ୍ଥିର ଏକ

ଅଚଞ୍ଚଳ ସ୍ଥବିରତା ନେଇ

କେଇବୁଦା କଣ୍ଟା ଝାଡ

ଜାମୁ ଆଉ ତେନ୍ତୁଳି ର ବାହୁଛାୟା ତଳେ

ଅନନ୍ତକାଳ ରୁ ଶୋଇରହିଅଛି

ରହିଥିଲା ପୁଣି ରହିଥିବ

ସାଧନାରେ ଧ୍ଯାନମଗ୍ନ ହୋଇ

ଅତି ଆପଣାର ମୋର ସେ ମଶାଣି ଭୂଇଁ


କେତେ କଳା ତୁଳସୀର ଅରମା ବୁଦାରେ

କୁଢ଼ କୁଢ଼ ହାଡ ଆଉ ପାଉଁଶ ଗଦାରେ

ଭଙ୍ଗାହାଣ୍ଡି ଛତା ପୁଣି

କାଠ ବାଉଁଶର କେତେ ଦରପୋଡା ଖଣ୍ଡ

ପଡିଥାଏ ଏଣେତେଣେ ଛିଣ୍ଡା ମଶିଣା, କତରା

ଶୁଖିଲା ଫୁଲ ର ମାଳା ହୋଇ ଲଣ୍ଡଭଣ୍ଡ


ଶୂନଶାନ ରାତ୍ରିକୋଳେ ପ୍ରକମ୍ପିତ ହୁଏ

ନିଶାଚର ଶ୍ୱାପଦର ବିକଟାଳ ସ୍ୱର

ନୀରବସାଧକ ସମ କାହା ଧବଳ ସମାଧି

ଆଶୀର୍ବାଦୀହାତ ଠାରି ଡାକେ ବାରମ୍ବାର


ସେଇଠି ହଜଛି ମୋର କୈଶୋର ର ମଧୁସ୍ମୃତି

ଅଚାନକେ, ଅଭାବିତେ ,ଆକସ୍ମିକ ଭାବେ

ଛାତି ଫଟା କୋହନେଇ ଆଖିଲୁହେ ଅନ୍ଧହୋଇ

ଆମେ ଯାହା ହରାଇଲୁ, ପାଇଲୁକି ଲବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract