STORYMIRROR

Bidyutlata Das

Fantasy

4  

Bidyutlata Das

Fantasy

ସଜଡ଼ା ନଈର ଉଜୁଡା ତୁଠ

ସଜଡ଼ା ନଈର ଉଜୁଡା ତୁଠ

1 min
108

ସଜଡ଼ା ନଈର ଉଜୁଡା ତୁଠ ମୁଁ

ଉଜାଣି ସୁଅରେ ଯାଇଛି ହଜି

ଦରଦୀ ନାଉରି ଉଦାସ ଓଠରୁ

ଚେନାଏ ମଧୁର ସପନ ଖୋଜି ।

ଅଜଣା ଭଉଁରୀ ଅଦେଖା ଅନ୍ଧାରେ

ହଜିଛି ମରମ ,ଜଳନ୍ତା ଜୁଇ

ଅଲୋଡ଼ା ଲହରୀ ଅପୋଡା ଭୂଇଁରେ

ମଜିଛି ମରମେ ବଞ୍ଚନା ନେଇ

ମମତା ପ୍ରଦୀପ ଲିଭି ଯେ ଯାଇଛି

କାଳ ବଇଶାଖୀ ସୋହାଗେ ଭିଜି।

ମଉନେ ମରିଛି ଉପାସୀ ମରମ

ନିରବେ ଝୁରିଛି ଖିଆଲୀ ଆଖି

ଅକୂଳେସରିଛି ଆଶା ଅଭିସାର

ସାକ୍ଷୀ ଯା ରଖିଛି ପରାଣ ପକ୍ଷୀ

ଆଉ କି ବା ଅଛି ବାକି କହ ବନ୍ଧୁ

ଆଗାମୀ ପାଇଁ କି ବସିବି ସାଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy