STORYMIRROR

Bidyutlata Das

Classics

3  

Bidyutlata Das

Classics

ଜହ୍ନି ଫୁଲ

ଜହ୍ନି ଫୁଲ

1 min
336

ହୃଦୟ କୁ ମୁଠେ ଜହ୍ନି ଫୁଲ କରି ଦେଇ

ତୋଳି ଦେଲି ସଜଫୁଟା ସଞପହରରେ

ଚଉହଦୀ ଭରିଗଲା ଅପୂର୍ବ ବାସ୍ନାରେ


କ୍ରମଶଃ ବଢ଼ିଲା ରାତି

ସରି ସରି ଗଲା ଜହ୍ନି ଫୁଲର ଆୟୂଷ

ଉଜ୍ଜ୍ବଳ ବର୍ଣ୍ଣ ରେ ଭରି କ୍ରମେ ମଳିନତା

ଅବଶେଷେ ଆଦରିଲା ପରିତ୍ୟକ୍ତ ବେଶ


ରାତି ଯେ ଜାଣିଛି ସବୁ

ଗୋଟିଏ ରାତି ଠିକଣା ନେଇ

ହସେ ଏଠି ଜହ୍ନି ଫୁଲ

ସୁବାସରେ ପୂର୍ଣ୍ଣ କରିଦେଇ


ତଥାପି ପାଗଳ ମନ ଜହ୍ନି ଫୁଲ ପାଇଁ

କୁଆଁର ପୁନେଇଜହ୍ନ ସହ ନୀଳକଇଁ

ଏଇମିତି ବିହ୍ୱଳିତ ହୃଦୟ ମୋ

ମୁଠେ ଜହ୍ନି ଫୁଲ ରଙ୍ଗ ମାଖି

ଉଡିବୁଲେ ମଧୁପର ମୁଗଧ ମନ ନେଇ

ରଙ୍ଗ ଖୋଜି ,ରସ ଖୋଜି , ହୃଦୟ ଟେ ଖୋଜି

ସଚରାଚରରେ ଖାଲି ପ୍ରୀତିଭରା ହୃଦୟ ଟେ ପାଇଁ


କାହିଁ ଏଠି ମଣିଷ ? ହୃଦୟ ?

ଆଉ ମଣିଷ ପଣିଆର ସେ ଅମୃତ ଆସର

କାହିଁ ଅବା ସ୍ୱପ୍ନାୟିତ ଗଭୀର ଆବେଗଭରା

ମଉଳି ଯିବାର ସେହି ପବିତ୍ର ପ୍ରହର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics