STORYMIRROR

Dr Baman Chandra Dixit

Tragedy

3  

Dr Baman Chandra Dixit

Tragedy

ଦଗ୍ଧ ସକାଳ

ଦଗ୍ଧ ସକାଳ

1 min
397


ଦଗ୍ଧ ସକାଳର ଅରୁଣିମା ମୁଁ ଗୋ

ବିକ୍ଷିପ୍ତ ଚିତ୍ତ ଚେତନା

ସାଗର ବୁକୁର ଅଲିଭା ଦହନ

ଅଦୃଶ୍ୟ ଜ୍ବାଳା ଯନ୍ତ୍ରଣା।।


ନାର୍ତ୍ତନ ରତ ନିତ୍ୟ ଅତି ମତ୍ତ

ଉତ୍ତାଳ ତରଙ୍ଗ ରାଶି

ଅନ୍ତରେ ଅନ୍ତରେ ଅପାର ବେଦନା

ଛାତି ଚିରି ଯାଏ ହସି।।


ମୁକ୍ତ ଆକାଶ ର ଶୁପ୍ତ ଏ ଶୂନ୍ୟତା 

ପବନ ର ରାଜ ପାଟ

ପ୍ରଶ୍ୱାସ ନିମିତ୍ତ ତଥାପି ଅଳପ

ପ୍ରାଣ ବାୟୁ ଛଟପଟ।।


ଶ୍ବାସରୁଦ୍ଧ ଏଠି ଜୀବନ ଯେତେକ

ମୃତ୍ୟୁ ବି ଖୋଜେ ରାହା

ଶୁପ୍ତ ସକାଳ ଜାଗ୍ରତ ଯାମିନୀ

ତୃଷାତୁରା ମଳାପହା।।


ଲୁଣ୍ଠିତ ଲଜ୍ଜ୍ୟା କୁଣ୍ଠିତ ପୌରୁଷ

ଅବଗୁଣ୍ଠନ ର ଆଳେ

ରକ୍ତ ରଞ୍ଜିତ ମୁଁ ଯେ ମଧୁଶାଳା 

ବ୍ୟସନ ବସନ ତଳେ।।


ପ୍ରଥମ ପ୍ରଣୟ ଅନ୍ତିମ ପ୍ରଳୟ

ପ୍ରଲୁବ୍ଧ କ୍ଷୁବ୍ଧ ରସିକ

ଆଦ୍ୟ ଆବେଗ ହତ ଅସ୍ତରାଗ

ବିଚ୍ଛେଦ ର ଅଭିଷେକ।।


ଫୁତ୍କାର ଆଜି ଚିତ୍କାର ରତ

ମମତା ର ମାୟା ଡୋରି

ହଜା ଫଗୁଣ ର ଭିଜା ପରାଗ ମୁଁ

ଅଲଂଘ୍ୟ ଦୁର୍ଗ ପାଚେରି


ପ୍ରସାରିଲି ପକ୍ଷ ଆକାଶର ବକ୍ଷ

ଆବୋରି ଆବର ପଣ

କ୍ଷତାକ୍ତ ସୀମନ୍ତ ସୀମା ସେପଟେ ବି

ଶାନ୍ତ ଏକାନ୍ତ ଜୀବନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy