STORYMIRROR

Satyabati Swain

Romance

3  

Satyabati Swain

Romance

ଦଗ୍ଧ ବସନ୍ତ

ଦଗ୍ଧ ବସନ୍ତ

1 min
244

ନୀରବତା ଲହଡି ଭାଙ୍ଗଇ

ନିଜନତା ଅଳସ ଠାଣିରେ

ନିସଙ୍ଗତା ଚୁପ୍ ଚାପ୍ 

ଲୁହରେ ଗାଧୋଇ ଦିଏ

ଅବୁଝା ଅଝଟ ମନକୁ।


ସ୍ୱପ୍ନ ତୋଳୁ ତୋଳୁ

ଓଠ ଚାପି ହୋଇଯାଏ

ଅନିଚ୍ଛା ସତ୍ତ୍ୱେ

ବହଳେ ଅନ୍ଧାର

ଯେଉଁଠି ଶାସନ କରେ।


କିଚିରି ମିଚିରି

ଫଡ୍ ଫାଡ୍ ଶବ୍ଦ

କ୍ଷଣିକରେ ଉଷ୍ମତା ଆଣେ

ବସନ୍ତ ନ ଥାଇ ବି

ବଉଳ ବାସେ

କୋଇଲି ଗାଏ

ଫଗୁଣ ହସେ

ମଳୟ ହାତରେ

ଚିଠାଉ ଦେଖି।


ତୁମେ ଭାରି ଇଏ

କେମିତି ଯାଇଛ ଯେ

ଏତେ କାଳୁ

ମୋତେ ଏକା ଛାଡି

ଦଗ୍ଧ ବସନ୍ତ ଏବେ

ମାନ କରିଲାଣି।


ଡେରି କରିବନି ପ୍ରିୟ

ଆସିବ ସହଳ

ସହି ନୁହେ ଆଉ

ବିରହର ଭାର

କିଛି କର ପ୍ରତିକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance