ଦଗ୍ଧ ବସନ୍ତ
ଦଗ୍ଧ ବସନ୍ତ
ନୀରବତା ଲହଡି ଭାଙ୍ଗଇ
ନିଜନତା ଅଳସ ଠାଣିରେ
ନିସଙ୍ଗତା ଚୁପ୍ ଚାପ୍
ଲୁହରେ ଗାଧୋଇ ଦିଏ
ଅବୁଝା ଅଝଟ ମନକୁ।
ସ୍ୱପ୍ନ ତୋଳୁ ତୋଳୁ
ଓଠ ଚାପି ହୋଇଯାଏ
ଅନିଚ୍ଛା ସତ୍ତ୍ୱେ
ବହଳେ ଅନ୍ଧାର
ଯେଉଁଠି ଶାସନ କରେ।
କିଚିରି ମିଚିରି
ଫଡ୍ ଫାଡ୍ ଶବ୍ଦ
କ୍ଷଣିକରେ ଉଷ୍ମତା ଆଣେ
ବସନ୍ତ ନ ଥାଇ ବି
ବଉଳ ବାସେ
କୋଇଲି ଗାଏ
ଫଗୁଣ ହସେ
ମଳୟ ହାତରେ
ଚିଠାଉ ଦେଖି।
ତୁମେ ଭାରି ଇଏ
କେମିତି ଯାଇଛ ଯେ
ଏତେ କାଳୁ
ମୋତେ ଏକା ଛାଡି
ଦଗ୍ଧ ବସନ୍ତ ଏବେ
ମାନ କରିଲାଣି।
ଡେରି କରିବନି ପ୍ରିୟ
ଆସିବ ସହଳ
ସହି ନୁହେ ଆଉ
ବିରହର ଭାର
କିଛି କର ପ୍ରତିକାର।