STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଦେଶଦ୍ରୋହୀ

ଦେଶଦ୍ରୋହୀ

1 min
3.1K

ମମତାମୟୀ ମାଆର

କ୍ଷୀର ପିଇ

ଦୁନିଆ ଦେଖିଲୁ

ହାତଧରି ଚାଲିବା ଶିଖିଲୁ

ଉଡିଲୁ ବି ଖୋଲା ଆକାଶରେ ଡେଣା ଖୋଲି

ପୁଣି

ସ୍ୱାର୍ଥପର ହୋଇ

ଭୁଲିଲୁ ସେନେହ

ବେଇମାନୀ ହୋଇ

ଦେଲୁ ଧୋକା

ହେଲୁ ପୁଣି ପଥର ମଣିଷ

ପଶୁ ଭାବନା

ଆଉ ଅଵିଵେକୀର ହୃଦୟ ନେଇ

ଜାଳିଲୁ ନିରୀହ ଜୀବନ

ପାପୀ ହୋଇ

ମଣିଷ ହୋଇ ମଣିଷକୁ ହତ୍ୟା

କାପୁରୁଷ ତୁ

ଆଉ ବେଇମାନି ପଳାତକ

ଛିଣ୍ଡାଇଲୁ ମମତାର ବନ୍ଧନ

ସାଜିଲୁ ବିଶ୍ୱାସଘାତକ

ସରଲିଆ ବିଶ୍ୱାସରେ ମିଶାଇ ବିଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract