STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଦେଶ ମଣିଷ

ଦେଶ ମଣିଷ

1 min
153

ଦେଶ ନୁହେଁ ଭୌଗୋଳିକ

ସୀମାରେଖା ଦ୍ବାରା ଆବଦ୍ଧ ଭୂଖଣ୍ଡଟିଏ।

ଦେଶ ନୁହେଁ ବି

ନଦନଦୀ ବଣବିଲ ପାହାଡ଼ ପର୍ବତ ଭରା

ନିର୍ଜନ ନିକାଞ୍ଚନ ଇଲାକାଟିଏ।

ଦେଶ ନୁହଁଇ

ନୀଳ ଆକାଶ ଆଉ ସମୁଦ୍ର ଘେରା

ଅସୂର୍ଯ୍ୟମପଶ୍ଯା ନାରୀଟିଏ।

ଦେଶ ନୁହେଁ

ନିଷ୍ପ୍ରାଣ ନିର୍ଜୀବ ସ୍ପନ୍ଦନ ବିହୀନ

ବସ୍ତୁର ସମାହାରରେ ଗଠିତ ସ୍ଥାନଟିଏ।

ଦେଶ ଗଢା ହୁଏ ମଣିଷ ପାଇଁ

ମଣିଷ ହିଁ ଗଢେ ଦେଶ

ଦେଶ ଆପେ ଆପେ ସ୍ବତଃସ୍ଫୁତ

ଭାବେ ସୃଷ୍ଟି ହୁଏନାହିଁ

ଗଢାଯାଏ ମେହନତି ମଣିଷର

ଲହୁ ଲୁହରେ ସ୍ବେଦ ଓ ଶୌର୍ଯ୍ୟରେ।

ମଣିଷ ପାଇଁ ଦେଶ

ଦେଶ ପାଇଁ ମଣିଷ

ବିଶ୍ବରେ ହୁଏ ପରିଚିତ

ମଣିଷର ସଭ୍ୟତା ସଂସ୍କୃତି

ଭାଷା ପରମ୍ପରା ରୀତିନୀତି

ସାହିତ୍ୟ ସ୍ଥାପତ୍ୟ ଶିକ୍ଷା ଦୀକ୍ଷା

ଅର୍ଥନୀତି ରାଜନୀତି ରାଷ୍ଟ୍ରନୀତି

ଦ୍ବାରା ଦେଶ ହୁଅଇ ସମୃଦ୍ଧ।

ମଣିଷ ପରି ଦେଶର ବି

ଗୋଟିଏ ଆତ୍ମା ଅଛି

ସଦା ଜାଗ୍ରତ ସଦା ସ୍ପନ୍ଦିତ

ହୁଏ ଦେଶର ପ୍ରାଣ

ଦେଶର ଆତ୍ମା ହିଁ ମଣିଷ

ମଣିଷର ସତ୍ତା ହିଁ ଦେଶ।

ଦେଶ ବିନା ମଣିଷ

ମଣିଷ ବିନା ଦେଶ

ସୃଷ୍ଟି ସ୍ଥିତି ହୁଏ ଅସମ୍ଭବ

ଦୁହେଁ ଦୁହିଁଙ୍କ ପରିପୂରକ

ଦୁହେଁ ମିଳିତ ହେଲେ

ତାହାକୁ ହିଁ ସଭିଏଁ କହନ୍ତି

ଗୌରବେ "ଦେଶ ମଣିଷ" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract