ଦେଶ ବନ୍ଦନା : ଜନମ ଭୂଇଁ ମୋ କରମ ଭୂଇଁ
ଦେଶ ବନ୍ଦନା : ଜନମ ଭୂଇଁ ମୋ କରମ ଭୂଇଁ
ଜନମ ଭୂଇଁ ମୋ କରମ ଭୂଇଁ,
ଏହି ଭାରତ ମୋ ପବିତ୍ର ଭୂଇଁ । (ଘୋଷା )
ସାଗର ଯାହାର ଚରଣ ଧୁଏ, ଗଙ୍ଗା ଯମୁନା ଯେ ଦେଶେ ବହେ ।
କୋଟିକୋଟି ପ୍ରାଣେ ଅମୃତ ଦେଇ, ସେହି ଭାରତ ମୋ ପବିତ୍ର ଭୂଇଁ ।
ହିମାଳୟ ଯା'ର ଶିରେ ମୁକୁଟ, ଯୁଗ ଯୁଗ ଧରି ରଖିଛି ଟେକ ।
ହେମାଳ ପବନ ଛାଡ଼ଇ ନାହିଁ, ସେହି ଭାରତ ମୋ ପବିତ୍ର ଭୂଇଁ ।
ଯା' କୋଳେ ଜନମି ଭୀମ ଅର୍ଜୁନ, ଭୀଷ୍ମ ଦ୍ରୋଣଗୁରୁ ଆବର କର୍ଣ୍ଣ ।
ତା' ବୀର ଗୀତିକା ଯାଉଛି ଗାଇ, ସେହି ଭାରତ ମୋ ପବିତ୍ର ଭୂଇଁ ।
ବାଲମିକ ବ୍ୟାସ କାଳିଦାସ କବି, ସାରଳା ଆଙ୍କିଲେ ଯାହାର ଛବି ।
ଧନ୍ୟ ଯିଏ ତାଙ୍କୁ କୋଳରେ ପାଇ, ସେହି ଭାରତ ମୋ ପବିତ୍ର ଭୂଇଁ ।
ଯା' ପାଇଁ ଲକ୍ଷ୍ମଣ ଦ
େଲେ ରକତ, ଖୁଦିରାମ ବାଘା ବାଜି ରାଉତ ।
ଇତିହାସ ବୀରଗାଥା କହଇ, ସେହି ଭାରତ ମୋ ପବିତ୍ର ଭୂଇଁ ।
ରକତ ଦିଅ ହେ ଶକତି ଦିଅ, ତା'ର ପ୍ରତିଦାନେ ମୁକତି ନିଅ ।
ନେତାଜୀ ଡାକିଲେ ଯେଉଁଠି ଥାଇ, ସେହି ଭାରତ ମୋ ପବିତ୍ର ଭୂଇଁ ।
ସତ୍ୟ ଅହିଂସା ବିନା ରକତେ, ଶୁଣା ନଥିଲା ଯା' ଏହି ଜଗତେ ।
ଗାନ୍ଧୀ ଦେଲେ ଯା'ର ବନ୍ଧନ ଫେଇ, ସେହି ଭାରତ ମୋ ପବିତ୍ର ଭୂଇଁ ।
ହିନ୍ଦୁ ଶିଖ ଖ୍ରୀଷ୍ଟ ମୁସଲମାନ,କଳା ଗୋରା ଯହିଁ ନାହିଁ ବାରଣ ।
ଭାଇ ଭାଇ ସମ ବସନ୍ତି ଯହିଁ, ସେହି ଭାରତ ମୋ ପବିତ୍ର ଭୂଇଁ ।
ଜଗନ୍ନାଥ ପୁଣି ଯେଉଁ ମାଟିରେ, ମିଳନ୍ତି ଜନତା ଦୁଃଖୀ ମେଳରେ ।
ଧନ୍ୟ ହେବି ତା'ର ଚରଣ ଛୁଇଁ, ସେହି ଭାରତ ମୋ ପବିତ୍ର ଭୂଇଁ ।