ଦେଶ ବନ୍ଦନା : ହାତେ ହାତଧରି ଆସ ନର-ନାରୀ -ଡକ୍ଟର କୃତ୍ତିବାସ ନାୟକ
ଦେଶ ବନ୍ଦନା : ହାତେ ହାତଧରି ଆସ ନର-ନାରୀ -ଡକ୍ଟର କୃତ୍ତିବାସ ନାୟକ
ହାତେ ହାତଧରି ଆସ ନର-ନାରୀ ପାଦକୁ ପାଦ ମିଳେଇ,
ଜନନୀର ସେବାପାଇଁ ପ୍ରାଣଦେବା ବଇରୀ ସାମନା ହୋଇ |(ଘୋଷା)
ଭାରତ ମାତାର ପୂଜାଫୁଲ ଆମେ ଦେଢ଼ଶ' କୋଟି ସନ୍ତାନ,
ଜାତି-ଧର୍ମ କଥା ସେ ସବୁ ଅଯଥା ସକଳେ ଆମେ ସମାନ |
ଧରମ ପଥରେ କରମ କରିବା ଜୀବନେ ଶପଥ ନେଇ |
ହାତେ ହାତଧରି ଆସ ନର-ନାରୀ ପାଦକୁ ପାଦ ମିଳେଇ,
ଜନନୀର ସେବାପାଇଁ ପ୍ରାଣଦେବା ବଇରୀ ସାମନା ହୋଇ | (1)
ଗଢ଼ିବା ଏ' ଦେଶ ରଖିବା ତା' ଯଶ ବିଶ୍ଵକୁ ଦେବା ଆଲୋକ,
କୋଟି କୋଟି ପ୍ରାଣେ ଅମୃତ ପରଶି ଜଗାଇ ଦେବା ପୁଲକ |
ଶାନ୍ତି ମୈତ୍ରୀ ବଳେ ଜଗତ ଜିଣିବା ସବୁରି ପ୍ରାଣ ହସେଇ |
ହାତେ ହାତଧରି ଆସ ନର-ନାରୀ ପାଦକୁ ପାଦ ମିଳେଇ,
ଜନନୀର ସେବାପାଇଁ ପ୍ରାଣଦେବା ବଇରୀ ସାମନା ହୋଇ | (2)