STORYMIRROR

KRUTIBAS NAYAK

Inspirational Others Children

3  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା : ଏ'ଦେଶ ଗରବ ଗଉରବ ଗାଥା

ଦେଶ ବନ୍ଦନା : ଏ'ଦେଶ ଗରବ ଗଉରବ ଗାଥା

1 min
348



ଏ' ଦେଶ ଗରବ ଗଉରବ ଗାଥା ଜଗାଏ ପୁଲକ ସତେ,

ଆକାଶ ସାଗର ଧୂଳି-ମାଟି ଗାଏ ଏ' ଦେଶ ମହିମା ଯେତେ ।(ଘୋଷା)


ଉଚ୍ଚ ହିମାଳୟ ଟେକି ତା'ର ମଥା କହେ ଆକାଶର କାନେ,

ସାଗରର ଢେଉ ଗୁଣ ଗାଇଗାଇ ନାଚେ ଅମାନିଆ ମନେ ।

ଭଉଁରୀ ଖେଳୁଛି ଗାଇ ତା'ର ଗୀତି ଗଗନେ ପବନେ କେତେ ।

ଏ' ଦେଶ ଗରବ ଗଉରବ ଗାଥା ଜଗାଇ ପୁଲକ ସତେ,

ଆକାଶ ସାଗର ଧୂଳି-ମାଟି ଗାଏ ଏ' ଦେଶ ମହିମା ଯେତେ ।(1)


ଆକାଶର କୋଳେ ମେଘ ଭାସୁଥିଲେ ହସି ଦେଉଛି ବିଜୁଳି,

ସୁରଭି ପରାଏ ଫଗୁହୋଇ ଉଡ଼େ ମୋର ମାଟିମାଆ ଧୂଳି ।

କୁଳୁକୁଳୁ ହୋଇ କେତେ ଯେ ତଟିନୀ ବନ୍ଦନା ଶୁଣାନ୍ତି ମୋତେ ।

ଏ' ଦେଶ ଗରବ ଗଉରବ ଗାଥା ଜଗାଇ ପୁଲକ ସତେ,

ଆକାଶ ସାଗର ଧୂଳି-ମାଟି ଗାଏ ଏ' ଦେଶ ମହିମା ଯେତେ ।(2)



Rate this content
Log in

Similar oriya poem from Inspirational