Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

KRUTIBAS NAYAK

Inspirational Others Children

3  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା : ବଡ଼ ପବିତ୍ର ଏ' ଭାରତ ଭୂଇଁ

ଦେଶ ବନ୍ଦନା : ବଡ଼ ପବିତ୍ର ଏ' ଭାରତ ଭୂଇଁ

1 min
340



ବଡ଼ ପବିତ୍ର ଏ' ଭାରତ ଭୂଇଁ, ରାମ କୃଷ୍ଣଙ୍କର ଜନମ ଯହିଁ;

ଧରମ ଭୂଇଁ ଏ' କରମ ଭୂଇଁ, ମୋ ପାଇଁ ସତେ କି ସରଗ ସେହି |(ଘୋଷା)


ନନ୍ଦନକାନନ ଇନ୍ଦ୍ର ଭୁବନ, ମାଟି ମାଆ ସରି ହୋଇବେ କାହିଁ ?

ଅମୂଲ ମୂଲ ସେ ଗଙ୍ଗାର ଜଳ, ହିମାଳୟ ପରି କେହି ନୁହଇଁ |

ବଡ଼ ପବିତ୍ର ଏ' ଭାରତ ଭୂଇଁ, ରାମ କୃଷ୍ଣଙ୍କର ଜନମ ଯହିଁ;

ଧରମ ଭୂଇଁ ଏ' କରମ ଭୂଇଁ, ମୋ ପାଇଁ ସତେ କି ସରଗ ସେହି |(1)


କୋଣାର୍କ ମନ୍ଦିର ତାଜମହଲ, ଚାରୁକଳା କରୁଛି ଝଲମଲ,

କେତେ ଯେ ଧରମ କେତେ ବରଣ, ସକଳ ଜାତିର ମିଳନ ଭୂଇଁ |

ବଡ଼ ପବିତ୍ର ଏ' ଭାରତ ଭୂଇଁ, ରାମ କୃଷ୍ଣଙ୍କର ଜନମ ଯହିଁ;

ଧରମ ଭୂଇଁ ଏ' କରମ ଭୂଇଁ, ମୋ ପାଇଁ ସତେ କି ସରଗ ସେହି |(2)



Rate this content
Log in

Similar oriya poem from Inspirational