STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଦେଖିବି ତୋର ଘୋଷ ଯାତରା,ହେ କାଳିଆ

ଦେଖିବି ତୋର ଘୋଷ ଯାତରା,ହେ କାଳିଆ

1 min
284

ହେ କାଳିଆ ସାଆନ୍ତ

ତୁମରି ପ୍ରେମରେ, ତୁମରି ଭାବରେ

ରହିଛି ଅନାଇ, ଚାତକ ହୋଇ,

ତୁମ ଦର୍ଶନର ଅର୍ଥେ,

ହେ ଜଗନ୍ନାଥ କରିବ ପହଣ୍ଡି ଯାତ,

ରଥେ ବିଜେ ହେବ ହେ ଚକାଡୋଳା,

ଦେଖିବି ତୋର ଘୋଷ ଯାତରା, 

ଦେଖିବି ତୋର ଘୋଷ ଯାତରା ।


ହେ କାଳିଆ ସାଆନ୍ତ

ପଡୁଛି ଶଙ୍ଖ ହୁଳହୁଳି, ଶୁଭୁଛି କୀର୍ତ୍ତନର ସୁର, 

ଉଛୁଳି ପଡୁଛି ବୈଦିକ ମନ୍ତ୍ରର ନାଦ,

ରତ୍ନ ସିଂହାସନରୁ ଆସିବ ଓଲ୍ହାଇ 

ବାଇଶି ପାହାଚରେ ଝୁମି ଝୁମି

ରଥେ ବିଜେ ହେବ ହେ ଚକାଡୋଳା,

ଦେଖିବି ତୋର ଘୋଷ ଯାତରା, 

ଦେଖିବି ତୋର ଘୋଷ ଯାତରା ।


ହେ କାଳିଆ ସାଆନ୍ତ

କେତେ ଭଙ୍ଗୀରେ ସଂଗେ ଧରି,

ବଳଭଦ୍ର ବିଜେ ହେବେ ତାଳଧ୍ବଜ ରଥେ ଯାଇ,

ପଛେ ଥିବେ ସାନ ଭାଇ ,

ଭଗ୍ନୀ ମଝିରେ ଥିବେ, ବସିବେ ଦେବ ଦଳନରେ

ନିଜେ ବସିବେ ନନ୍ଦିଘୋଷରେ,

ଦେଖିବି ତୋର ଘୋଷ ଯାତରା, 

ଦେଖିବି ତୋର ଘୋଷ ଯାତରା ।


ହେ କାଳିଆ ସାଆନ୍ତ

ଆସିବେ ତିନି ଠାକୁର ବିଜେ କରିବେ ରଥରେ!

ଗୁଣ୍ଡିଚା ମନ୍ଦିର ବୁଲି ଯିବେ, ବଡ଼ ଦାଣ୍ଡେ ଚାଲୁଥିବେ 

କାହାଳୀ ଘଣ୍ଟ ଓ ଶଙ୍ଖ ବାଜୁଥିବ,

ହୁଳହୁଳି ପଡୁଥିବ, ପଡୁଥିବ ହୁଳହୁଳି,

ଭକତ ଯେତେ ରଥ ଦଉଡ଼ିକୁ ଧରି ଟାଣୁଥିବେ,

ଦେଖିବି ତୋର ଘୋଷ ଯାତରା, 

ଦେଖିବି ତୋର ଘୋଷ ଯାତରା ।


ହେ କାଳିଆ ସାଆନ୍ତ

ନେତ୍ର ଫେଡ଼ି ଦେଖିନେବି,

ଭକ୍ତ ଓ ଭଗବାନ ନେତ୍ର ଏକାଠି ହୋଇବ,

ଭରିଯିବ ସାମ୍ୟ ମୈତ୍ରୀ ଭାବ, ଗାଇବେ ମନ୍ତ୍ର!

ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା,

ସର୍ବେ ଭଦ୍ରାଣି ପଶ୍ୟନ୍ତୁ,ନା କଶ୍ଚିତ ଦୁଃଖଭାଭଵେତ!

ଦେଖିବି ତୋର ଘୋଷ ଯାତରା, 

ଦେଖିବି ତୋର ଘୋଷ ଯାତରା ।


ହେ କାଳିଆ ସାଆନ୍ତ

ଭାଇ ଭଗ୍ନୀ ପ୍ରେମର ଅତୁଟ ବନ୍ଧନର ପ୍ରତୀକ ତୁମେ,

ଜାତି ଧର୍ମ ବର୍ଣ୍ଣ ଅଭିନ୍ନ ଭାବ ବିଚାରର ପ୍ରତୀକ ତୁମେ,

ଛିନ୍ନ କର ଭେଦଭାବନାକୁ, 

ନର ହୃଦେ ଛାର ବିଚାରକୁ,

ଭାଇ ଭଗାରି ଭେଦ ବିଭେଦପଣକୁ,

ଦେଖିବି ତୋର ଘୋଷ ଯାତରା, 

ଦେଖିବି ତୋର ଘୋଷ ଯାତରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational