STORYMIRROR

Anirudha Kund

Classics

4  

Anirudha Kund

Classics

ଦେହଜୀବି

ଦେହଜୀବି

1 min
201


ମୁଁ ପାପ କରୁଛି କି ପୂଣ୍ୟ

ଜଣା ନାହିଁ ମୋତେ

ଇଚ୍ଛା ନଥିଲେ ବି

ନିଜ ମନକୁ ଜାଳି ପୋଡି ଦିଏ

ପରପୁରୁଷ ପାଖରେ 

ଶରୀରକୁ ସମର୍ପି ଦିଏ

ଦେହ ବିକି ବିକି

ଦେହଜୀବି ପାଲଟି ଯାଏ

ଖାସ୍ ମୋର

ରୋଗୀଣା ସ୍ୱାମୀ ଓ ଭୋକିଲା ଛୁଆ

ମୁହଁରେ ଦେଖିବାକୁ ହସ କାଣିଚାଏ


ରାତିର ଶୂନ୍ୟତାରେ

ଏକ ନୁଆ ମୁହଁ ନେଇ ଆବିର୍ଭୂତ ହୁଏ 

ଚିଲ ଶାଗୁଣା ପରି

ମୋ ବୃତ୍ତିକୁ ପାପ କହୁଥିବା 

ଦିନର ଭଦ୍ରଲୋକ ପୂଣ୍ୟପୁରୁଷ

ଜାବୁଡି ଧରି ମୋତେ ଆବୃତି କରେ

ଏକ ରୋମାଞ୍ଚିତ ଭାବ

କ୍ଷତ ବିକ୍ଷତ କରେ ମୋ ଶରୀର

 ଆଉ ଭାଙ୍ଗିଦିଏ ଭଦ୍ରସମାଜ ଉପରେ ଥିବା ଅତୁଟ ବିଶ୍ୱାସ


କପଟି ସମାଜର ପ୍ରମାଣପତ୍ର

ଘୃଣ୍ୟ ମୋତେ କରେ , 

ଦିନରେ ଜିଇବାର ସ୍ୱପ୍ନ ଛଡାଇ ନିଏ


ତଥାପି ମୁଁ ମନ ଖୋଲି 

ଫିକ୍ କିନା ହସିଦିଏ

ଯେତେବେଳେ

ଆଜିର ମହିଷା ଦୂର୍ଗାପୂଜା କରେ 

ଓ 

ମୁଁ ମୋ ଅଗଣାର ମୁଠାଏ ମାଟିର

ଭକ୍ତି ନୈବେଦ୍ୟ ସମର୍ପି ଦିଏ 

ଆଉ ନିଜକୁ ଦେହଜୀବି କହେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics