ଦେହ ଓ ଦେହୀ
ଦେହ ଓ ଦେହୀ
ପଞ୍ଚଭୂତ ମାଟି ଜଳ ଅନଳ
ବାୟୁ ଆକାଶ ।
ମନ ବୁଦ୍ଧି ଅହଂକାର ଅଷ୍ଟଧା
ପ୍ରକୃତି ବଶ ।
ଜାତ ହେଲା ଦେହ ଏହାକୁ
ସବୁ କରି ଆଶ୍ରୟ ।
ପୁରୁଷ ପ୍ରକୃତି ସଂଯୋଗେ
ଜାତ ହୁଅଇ ଦେହ ।
ମାଟି ଘଟ ସମ ଏ ଦେହ
ଯେବେ ବିନାଶ ହେବ ।
ପ୍ରକୃତି ଆସିଛି ଯେଉଁଠୁ
ତହିଁ ଲୀନ ହୋଇବ ।
ଦେହୀ ନୁହେଁ ଦେହ ସନ୍ଦେହ
ଏଥି ନକର କେହି ।
ଅବଧ୍ୟ ଦେହୀ ଏକ ଦେହୁ
ଆନ ଦେହକୁ ଯାଇ ।
ନିବାସ କରଇ ତହିଁରେ
ସ୍ମୃତି ନଥାଏ ତାର ।
ଅଛେଦ୍ୟ ଅଗ୍ନି ନଦହଇ
ନବୁଡଇ ଜଳର ।
ପବନ ନଶୋଷେ ନିତ୍ଯ ସେ
ସ୍ଥାଣୁ ସର୍ବର୍ତ୍ର ଗତି ।
ଅଚଳ ସନାତନ ଦେହୀ
କେବେ ଦେହେ ତା ସ୍ଥିତି ।
ଦେହ ନୁହେଁ ଦେହୀ ଦେହଟି
ଅଟଇ ଏ ଣରୀର ।
ଜୀବାତ୍ମାକୁ ଦେହୀ ବୋଲନ୍ତି
ସେ ଜୀବାତ୍ମା ଅମର ୲