ଦେବକୀ
ଦେବକୀ
ମହନୀୟ ନାରୀ
ଯୁଗେ ଯୁଗେ ତୁମେ ସ୍ମରଣୀୟ
ସହି ସହି ନିଷ୍ଟୁର ଯାତନା
ଭ୍ରାତା ତୁମ ମଥୁରା ନରେଶ
ତଥାପି ହାରି ନି ଧର୍ଯ୍ୟ
ଗୋଟି ଗୋଟି ପୁତ୍ର ମୃତୁ
ଅସହ୍ଯ ସେ ପ୍ରସବ ବେଦନା
ତଥାପି ସହିବାର ଧର୍ଯ୍ୟ
ଆସିବ ସେ ପ୍ରତୀକ୍ଷିତ ଦିନ
ଅନ୍ଧାର ସେ କାଳକୋଠୀ
ଜୀବନ ର ପ୍ରତିଟି ମୁହୂର୍ତ୍ତ
ଦହ୍ୟମାନ ସବୁ ଅତ୍ୟାଚାର
ମନେ ଧରି ଯନ୍ତ୍ରଣା ଆବେଗ
ପ୍ରକାଶିତ ହେବ ଦିନେ
ସତ୍ୟ ସମ ଧର୍ମ ର ସୂରୁଜ
କରି ଆଲୋକିତ
ଆଙ୍କି ଦେବ ନ୍ୟାୟ ର ଦିବସ
ଚଳମାନ ସବୁ ଜଗତର ପ୍ରାଣୀ
ଶେଷ ହେବ ଦୁଃଖ ଅବଶୋଷ
ହେ ମହନୀୟା
ସ୍ମରଣୀୟ...
ଦେଇ ଗଲ ଯୁଗର ପ୍ରେରଣା
ତବ ଅନୁପ୍ରାଣେ
ମୋ ହୃଦ ଅନୁପ୍ରାଣିତ l