STORYMIRROR

Sudipta Behera

Abstract

3  

Sudipta Behera

Abstract

ଦେବକୀ

ଦେବକୀ

1 min
219

ମହନୀୟ ନାରୀ

ଯୁଗେ ଯୁଗେ ତୁମେ ସ୍ମରଣୀୟ

ସହି ସହି ନିଷ୍ଟୁର ଯାତନା

ଭ୍ରାତା ତୁମ ମଥୁରା ନରେଶ

ତଥାପି ହାରି ନି ଧର୍ଯ୍ୟ

ଗୋଟି ଗୋଟି ପୁତ୍ର ମୃତୁ

ଅସହ୍ଯ ସେ ପ୍ରସବ ବେଦନା

ତଥାପି ସହିବାର ଧର୍ଯ୍ୟ

ଆସିବ ସେ ପ୍ରତୀକ୍ଷିତ ଦିନ

ଅନ୍ଧାର ସେ କାଳକୋଠୀ

ଜୀବନ ର ପ୍ରତିଟି ମୁହୂର୍ତ୍ତ

ଦହ୍ୟମାନ ସବୁ ଅତ୍ୟାଚାର

ମନେ ଧରି ଯନ୍ତ୍ରଣା ଆବେଗ

ପ୍ରକାଶିତ ହେବ ଦିନେ

ସତ୍ୟ ସମ ଧର୍ମ ର ସୂରୁଜ

କରି ଆଲୋକିତ

ଆଙ୍କି ଦେବ ନ୍ୟାୟ ର ଦିବସ

ଚଳମାନ ସବୁ ଜଗତର ପ୍ରାଣୀ

ଶେଷ ହେବ ଦୁଃଖ ଅବଶୋଷ

ହେ ମହନୀୟା

ସ୍ମରଣୀୟ...

ଦେଇ ଗଲ ଯୁଗର ପ୍ରେରଣା

ତବ ଅନୁପ୍ରାଣେ

ମୋ ହୃଦ ଅନୁପ୍ରାଣିତ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract