ଦେବୀ
ଦେବୀ
କରୁଣାମୟୀ ଗୋ
ଜଗତ ଜନନୀ
ଶଙ୍କଟ ହାରିଣୀ ମାଆ
ମମତା ମୟୀ ଗୋ
ଦୁଃଖ ବିନାଶିନୀ
ବିପଦେ ହୁଅ ତୁ ସାହା.
ଗିରିଜା ବିରଜା
ଦେବୀ ଦଶଭୁଜା
ଆସ ଧରା ଅବତରି
ହରିଯାଉ ଦୁଃଖ
ଶୋକ ଅବସାଦ
ସୁଖ ଶାନ୍ତି ଯାଉ ଭରି.
ତୁମେ ଶୈଳପୁତ୍ରୀ
ଗିରି ରାଜ ସୂତା
ତୁମେ ଅମ୍ବା ଅମ୍ବାଳିକା
ଶିବାନୀ ଭବାନୀ
ହେ ବ୍ରହ୍ମଚାରିଣୀ
ତୁମେ ଭୈରବୀ ଚର୍ଚ୍ଚିକା.
ମାଆ ଚନ୍ଦ୍ରଘଣ୍ଟା
ଦେବୀ ଜଗଦମ୍ବା
ତୁମେ ପ୍ରାଣ ସଂସ୍ଥାପିନୀ
ଶାରଳା ହିଙ୍ଗୁଳା
ପାର୍ବତୀ ବିମଳା
ସର୍ବ କଷ୍ଟ ନିବାରିଣୀ.
କାମାକ୍ଷା କୁଷ୍ମାଣ୍ଡା
ଆଦି ସ୍କନ୍ଦମାତା
ତୁମେ ଭୁବନ ମୋହିନୀ
କାତ୍ୟାୟିନୀ ଦୁର୍ଗା
ଦୁର୍ଗତିନାଶିନୀ
ଦୁଷ୍ଟ ଦୈତ୍ୟ ବିନାଶିନୀ.
ଚଣ୍ଡୀ କାଳରାତ୍ରି
ଶ୍ୟାମା ମହାଗୌରୀ
ମହାମାୟା ମାହେଶ୍ୱରୀ
ଭୁଦେବୀ ଶ୍ରୀଦେବୀ
ବ୍ରାହ୍ମଣୀ ବୈଷ୍ଣବୀ
ଯୋଗମାୟା ଯୋଗେଶ୍ୱରୀ.
ସିଦ୍ଧିଦାତ୍ରୀ ତୁମେ
ସକଳ ବିଶ୍ୱର
ଶାନ୍ତି ମୁକ୍ତି ପ୍ରଦାୟିନୀ
ମହିଷା ବିନାଶି
ଜଗତ ତାରିଲ
ନାମ ମହିଷାମର୍ଦ୍ଦିନୀ.
କରୁଛୁ ଜଣାଣ
ଫେଡ଼ ଗୋ କଷଣ
ବାତ୍ସଲ୍ୟ ମମତା ଢାଳି
ଅନ୍ୟାୟ ଅନୀତି
ଦୁଷ୍କର୍ମ ଦୁର୍ନୀତି
ସଂସାରରୁ ଯାଉ ଜଳି।
