STORYMIRROR

Kalyani Nanda

Abstract

4  

Kalyani Nanda

Abstract

ଦେବୀ ବୀଣାପାଣି, ବିଦ୍ୟାଦାୟିନୀ

ଦେବୀ ବୀଣାପାଣି, ବିଦ୍ୟାଦାୟିନୀ

1 min
217


   ଶ୍ବେତବସ୍ତ୍ରା ପରିହିତା ତୁମେ ମାତା ଭାରତୀ,

    ବ୍ରହ୍ମାଙ୍କ ମାନସପୁତ୍ରୀ ଯେ ଦେବୀ ସରସ୍ବତୀ,

    ମାଁ ବିଦ୍ୟାଦାତ୍ରୀ, ଶୁକ୍ଳ ବସ୍ତ୍ର ଧାରିଣୀ, ବୀଣାପାଣି,

    ଶ୍ବେତ ପଦ୍ମାସନୀ,ମାତା ତୁମେ ଯେ ହଂସ ବାହିନୀ ।।


    ଧବଳ ପୁଷ୍ପ ଶୋଭିତା, ଶ୍ବେତ ବସ୍ତ୍ର ଧାରିଣୀ ,

    ଅଜ୍ଞାନ ତିମିର ଧ୍ବଂସି, ଜ୍ଞାନାଲୋକ ଦାୟିନୀ,

    ତୁମରି ଦୟାରେ ମାତ,ମୂର୍ଖ ହୁଏ ଯେ ଜ୍ଞାନୀ,

    ମାତା ବାକ୍ ଦେବୀ ଶାରଦା,ହେ ଶ୍ବେତ ବଦନୀ ।।


    କର୍ଣ୍ଣରେ ରତ୍ନ କୁଣ୍ଡଳ, ଗଳାରେ ହାର ମୋତି,

    ତୁମେ ମାଁ ପ୍ରଗତି ସୂଚକ,ମାତା ବୁଦ୍ଧି ଦାୟିନୀ,

    ଚନ୍ଦ୍ର ସମ ଉଜ୍ଜ୍ବଳ ତବ ତନୁକାନ୍ତି, ମାଁ ଚନ୍ଦ୍ରକାନ୍ତି ,

    ହସ୍ତେ ଶୋଭିତ ବୀଣା, ପୁସ୍ତକ, ହେ ମାଆ ବୀଣାପାଣି।।


    ବସନ୍ତ ପଞ୍ଚମୀ ଦିବସେ ପୂଜିତା, ମାଁ ବାଗ୍ ଦେବୀ,

    ଶ୍ବେତ ପଦ୍ମାସିନୀ,ତୁମେ ମା ଜଗତି ହଂସ ବାହିନୀ,

    ତୁମ ଦୟାରେ ଯଶ,ବିଦ୍ୟା ଅଧିକାରୀ ହୁଏ ଅଜ୍ଞାନୀ,

    ସଂଗୀତ, ସାହିତ୍ୟ,ସ୍ବରର ଅଧିଷ୍ଠାତ୍ରୀ, ମାତା ବିଦ୍ୟାଦାୟିନୀ ।।

   

   


Rate this content
Log in

Similar oriya poem from Abstract