STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଦେବଦାସୀ

ଦେବଦାସୀ

1 min
270


ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ମୁହିଁ

ନାଆଁ ହରାଇଛି ମୋର

ଦେବଦାସୀଟିଏ ହୋଇ ମୁଁ ରହିଛି

ପରିଚୟ ଏ ମୋହର ।


ସର୍ବସ୍ବ ମୋହର କାଳିଆ ଠାକୁର

ସରଗ ମୋ ତାଙ୍କ ସେବା

ତାଙ୍କ ବିନୁ ମନେ ନଆଣଇ ଆନ

ସେ ମୋର ଦେବାଧିଦେବା ।


ପଖୋଜ ବାଜିଲେ ସକାଳଧୂପରେ

ଶ୍ରୀଜଗନ୍ନାଥଙ୍କ ପାଶେ 

ନୃତ୍ଯ ମୁଁ ଆରମ୍ଭେ ଗୀତଗୋବିନ୍ଦର

ଛନ୍ଦ ତାଳ ଲୟେ ତୋଷେ ।


ରାତିର ପହଡ ହୋଇବା ଆଗରୁ

ବଡସିଂହାର ବେଳାରେ

ଓଡିଶୀ ନୃତ୍ୟର ଶଇଳୀରେ ନୃତ୍ଯ

କରେ ପ୍ରଭୁଙ୍କ ଛାମୁରେ ।


ପ୍ରଭୁ ମୋ ଜୀବନ ପ୍ରଭୁ ମୋର ଧନ

ପ୍ରଭୁ ମୋ ପ୍ରାଣ ସ୍ପନ୍ଦନ 

ଦେବଦାସୀ ମୁହିଁ ସମର୍ପିଛି ତାଙ୍କୁ

ମୋର ନଶ୍ବର ଜୀବନ  ।


ତାଙ୍କରି ପ୍ରସାଦ ମୋ ମହାପ୍ରସାଦ

ତାଙ୍କ ସୁଖ ମୋର ସୁଖ 

ସୁଖଦାତା ସୁଖ ଦେଖି ହୁଏ ସୁଖୀ

ସିଏ ମୋ ଦୁଃଖର ସୁଖ ।


ପ୍ରଭୁ ଜଗନ୍ନାଥ ମୋ ଜୀବନଦାତା

ଭର୍ତ୍ତା ଗତି ମୁକ୍ତି ମୋର 

ଜୀବନେ ମରଣେ ତାଙ୍କ ପଦେ ମତି

ରହୁ ମୋର ନିରନ୍ତର ।


Rate this content
Log in

Similar oriya poem from Abstract