STORYMIRROR

Subrat Malik

Classics Inspirational Children

3  

Subrat Malik

Classics Inspirational Children

ଦେଵ ଶିଳ୍ପୀ ବିଶ୍ଵକର୍ମା

ଦେଵ ଶିଳ୍ପୀ ବିଶ୍ଵକର୍ମା

1 min
319


ମହା ପ୍ରଜାପତି ବ୍ରହ୍ମାଙ୍କର ନାଭି

କମଳରୁ ତୁମେ ଜାତ,

ବିନ୍ଧାଣୀରେ ଶ୍ରେଷ୍ଠ ତ୍ରିଭୁବନ ସ୍ରଷ୍ଟା

ବହ ବିଶ୍ୱକର୍ମା ନାମ ।

ହସ୍ତୀ ପିଠେ ବସି ସୃଜନୀ କଳାର 

କରିଲ ତୁମେ ବିନ୍ୟାସ,

ଅନାଦି କାଳରୁ ଭାସ୍କର୍ଯ୍ୟ ଶିଳ୍ପର

ଲେଖିଲ ନିର୍ମାଣ ଶାସ୍ତ୍ର ।

ସୁବର୍ଣ୍ଣ ଲଙ୍କାଠୁ ଭବ୍ୟ ଇନ୍ଦ୍ରପ୍ରସ୍ଥ

ଦ୍ୱାରକାନଗରୀ ଯାଏ,

ପାଇ ତୁମ ସ୍ପର୍ଶ ଦିଶନ୍ତି ସୁରମ୍ୟ

ମାଟିରୁ ଆକାଶ ଛୁଏଁ।

ଗଢିବାକୁ ତୁମେ ଚତୁର୍ଦ୍ଧା ମୁରତି

ହୋଇଥିଲ ବୁଢ଼ା ବେଶ,

ସମୁଦ୍ର କୂଳରେ ଗଢିଣ ମନ୍ଦିର

ଲକ୍ଷ୍ମୀ ମୁଖେ ଦେଲ ହସ। 

ଦେବଶିଳ୍ପୀ ତୁମେ ଆହେ ! ବିଶ୍ଵକର୍ମା

ଆରାଧନା ଘେନ ଆମ,

କନ୍ୟା ସଂକ୍ରାନ୍ତିର ଏ ଶୁଭ ଲଗନେ

ଆସ ଥରେ ମର୍ତ୍ତ୍ୟ ଧାମ ।

ପୁଣି ଥରେ କର ସୃଷ୍ଟିର ସର୍ଜନା

ହୋଇଛି ବିଷାକ୍ତ ସୃଷ୍ଟି,

କାରିଗରୀ ହାତେ ବିଞ୍ଚିଦିଅ ପ୍ରଭୁ

ସତ୍ୟ ପ୍ରେମ ଦୟା ଶାନ୍ତି ।



Rate this content
Log in

Similar oriya poem from Classics