STORYMIRROR

Satyabati Swain

Children

4  

Satyabati Swain

Children

ଦେ ଫେରେଇ

ଦେ ଫେରେଇ

1 min
283


ସମୟ ଦୌଡୁଥିଲା ଜୋର୍ ଜୋର୍

ପାହୁଣ୍ଡ ପକେଇ ଆଗକୁ

ଆମେ ବି ଦୌଡୁଥିଲୁ ସ୍ୱପ୍ନକୁ ମୁଠେଇ

ପକ୍ଷୀଟିଏ ଉଡୁଥିଲା

ମାଟିରୁ ଆକାଶ

ଗାଉଥିଲା କି ବିଭୋରେ ଗୀତ

ପଚାରିଲି କିଏ ତୁମେ ?

ଗାଉଛ କି ଗୀତ ?

ମୂର୍କି ହସି କହିଲା ସେ

ମଧ୍ୟାହ୍ନରେ ଗାଉଛି ମୁଁ

କଅଁଳ ଅଣ ଲେଉଟା ସକାଳର

 ମୁଗ୍ଧ ମଧୁସଙ୍ଗୀତ।


ମନ ପକ୍ଷୀ ମୋର

ବେକ ଭାଙ୍ଗି ପଛକୁ ଚାହିଁଲା

ସୂର୍ଯ୍ୟ ଘଡି, ନାଲି କୋଠା

କନିକା ଲାଇବ୍ରେରୀ, ଷ୍ଟଡି ସେଣ୍ଟର

ଅମାନିଅଁ ସ୍ମୃତିରେ ଓଦା କଲା

ମୋ ଭିଜିଲା ଆଖିରେ

ନକ୍ ନକ୍ ପତଳି "ଝିଅଟେ " ଦେଖେଇଲା।


କ୍ୟାଲେଣ୍ଡର ପୃଷ୍ଠାର ଆଜି ତାରିଖଟି

 ଥିରି ଥିରି କହିଲା

ଜାଗୁରୁ ଜାଗୁରୁ ଅନ୍ଧାର ଭିତରେ

ବଂଶୀ ସ୍ବନ ଶୁଭେ ଗହୀର ବିଲେ

କିଏ ହାଲିଆ ହୋଇ ଦୌଡୁଛ!

କଣ ବୟସ ଆୟୁଷ!!

ଏତେ ବେଗି କାହିଁକି ଧାଉଁଛ ?


ଅଫେରା ପାଦ ସେ

ତଥାପି ଲହଡି ପିଟୁ ଥିଲା

ମନ ବେଳା ପରେ ମୋର

ଅପାସୋରା କେତୁଟା ଖୁସିର ମହାର୍ଘ୍ୟ ମୁହୂର୍ତ୍ତ

ମୋତେ ମୋଠୁ ଛଡାଇ

ବେହୋସ ବର୍ତ୍ତମାନ

ଅଣ୍ଡାଳୁ ଥିଲା ସେଇ ଦିନର ସୁନିଲା ସୁର।


ସବୁ ସ୍ମୃତି ଉପରୁ ଅଳିଆ ଝାଡୁଛି

ସେ ଡେଙ୍ଗା ନହକା ରୂପଟି ଭାସି ଉଠୁଛି

'ଦେ ଫେରେଇ" ସେଇ ଦିନ

ମୋ ଅଳ୍ପକେ ସନ୍ତୁଷ୍ଟ ସରଳ

 ନିଷ୍ପାପ ସରଳ ମନ

ହେ ସମୟ ତୋତେ ମୁଁ ନେହୁରା ହେଉଛି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children