STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଡର କାହାକୁ ଭୟ କାହାକୁ

ଡର କାହାକୁ ଭୟ କାହାକୁ

1 min
484

ଧୂନା ପଚାରିଲା ମୁନାକୁ

ଡର କି ହେ ତୁମ ପତ୍ନୀକୁ?

ମୁନା କହିଦେଲା ଧୂନାକୁ

ଡରେ ନାହିଁ ମୁହିଁ ତାହାକୁ

ଉଚ୍ଚବାଚ୍ଚ ହେଲେ ଶାନ୍ତି ହଜିଯିବ

ଡର ଖାଲି ଏହି କଥାକୁ ॥


ଧୂନା ପଚାରିଲା ମୁନାକୁ

ଡର କି ହେ ତୁମ ହାକିମଙ୍କୁ?

ମୁନା କହିଦେଲା ଧୂନାକୁ

ଡରେ ନାହିଁ ମୁଁ ମୋ ହାକିମଙ୍କୁ,

ହାକିମ ରାଗିଲେ ଚାକିରୀଟା ଯିବ

ଡରେ ଖାଲି ଏଇ କଥାକୁ ॥


ଧୂନା କହିଦେଲା ମୁନାକୁ

ତୁମେ ଡର ତେବେ ତୁମ ହାକିମଙ୍କୁ|

ମୁନା କହେ ବସି ଧୂନାକୁ

ଡରେ ନାହିଁ ମୁହିଁ ମୋ ହାକିମଙ୍କୁ,

ଡରେ ଖାଲି ତାଙ୍କ ରାଗକୁ॥


ଧୂନା ପୁଣି ଭଣେ ମୁନାକୁ

ଶୁଣିଅଛି ମୁହିଁ ତୁମେ ଡର କାଳେ ଭୂତକୁ?

ମୁନା କହେ ଶୁଣି ଧୂନାକୁ

ଡରେ ନାହିଁ ମୁହିଁ ଭୂତକୁ,

ଡରି ମରେ ଖାଲି ଶୁଣିମୁଁ ଭୂତର ନାଆଁକୁ॥


ଧୂନା କହିଲା ମୁନାକୁ

ବୁଲେଇ ବଙ୍କେଇ କହୁଅଛ ସବୁ କଥାକୁ ॥

ମୁନା ଭଣିଲା ଧୂନାକୁ

ବୁଲେଇ ବଙ୍କେଇ କହୁନାହିଁ ସବୁ କଥାକୁ,

ଭଲକରି ଟିକେ ଭାବିଣ ଦେଖିଲେ

ବୁଝିଣ ପାରିବେ ସୂକ୍ଷ୍ମ ପ୍ରଭେଦ ଟିକକକୁ॥


ପୁଣି କହେ ମୁନା ଧୂନାକୁ

ଡର ନାହିଁ ମୋ ବାହ୍ୟ ବସ୍ତୁକୁ,

ଡରେ ମୁଁ କେବଳ ନିଜ ଭିତରର

 ଯେତେ ଦୋଷ ଦୁର୍ବଳତାମାନକୁ ॥


ଡରେ ମୁହିଁ ଶାନ୍ତି ଭଙ୍ଗକୁ,

ଡରେ ଅସହାୟତା ବୋଧକୁ,

ଡରେ ନିରାଶା ହତାଶା ଭାବକୁ,

ଡରେ ମନେ ସୃଷ୍ଟ ଭୟ ଭ୍ରାନ୍ତିକୁ,

ଡରେ ମୁହିଁ ପୁଣି ମୋହ, ରାଗକୁ ॥


ଧୂନା ଶୁଣି ଭଣେ ମୁନାକୁ

ତେବେ, ଡର କାହାକୁ ଭୟ କାହାକୁ?

ଠାକୁରେ ଅଛନ୍ତି ଚଉ ବାହାକୁ

କର ପରିପୁଷ୍ଟ ନିଜ ଆତ୍ମବିଶ୍ବାସକୁ

ଧୂଆଁ ମେଳ ସମ ଶୂନ୍ୟେ ହଜାଇଦେବ ସେ

ତୁମ ଭିତରର ସବୁ ଦୋଷ ଦୁର୍ବଳତାକୁ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract