STORYMIRROR

Sanuja Meghamala

Abstract Others

4  

Sanuja Meghamala

Abstract Others

ଡଙ୍ଗା

ଡଙ୍ଗା

1 min
244


ପାଣି ସୁଅରେ ଆଗରୁ ଆଗକୁ

ଭାସି ଭାସି ଯାଏ ଡଙ୍ଗା ଟା

ମାନେନି ବାଧା ବନ୍ଧନ

ଆସୁ ଯେତେ ଝଡଝଂଜା,

ଭଉଁରୀରେ ପଡ଼ି ଉବୁଟୁବୁ

ହେଲେ ବି ଫେରି ଆସେନି

ପଛକୁ ମୁହଁ ମୋଡ଼ି ଦେଇ 

ଆଗକୁ ବଢିବା ତା ଧର୍ମ।

କିନ୍ତୁ ନାଉରୀଟେ ଯଦି 

ବସି ସେ ଡଙ୍ଗାରେ

ବାହି ନିଏ ଧୀରେ ଧୀରେ 

ପବନର ପ୍ରତିକୂଳ ବେଗ ସହିତ

ଉଛୁଳା ଭରା ନଈର ସୁଅରେ

ପହଞ୍ଚାଇ ଦିଏ ଗନ୍ତବ୍ୟ ସ୍ଥଳରେ

ବିନା ବାଧା ବିଘ୍ନରେ ।


ସେମିତି ମଣିଷ ବାହି ନିଏ  

ଜୀବନର ଡଙ୍ଗା

ଅଦୃଶ୍ୟ ଇଶ୍ଵରଙ୍କ 

ପୂର୍ବ ନିର୍ଦ୍ଦିଷ୍ଟ ଇଙ୍ଗିତରେ

ଭାସି ଭାସି ଯାଏ ଏ ଜୀବନ

କେବେ ସୁଖ କେବେ ଦୁଃଖ

କେତେ ହସ କେତେ ଲୁହ ଭରି

ସ୍ୱାର୍ଥପର ଦୁନିଆ ନଈରେ 

ଭରସାର ଆହୁଲାକୁ ମାରି

ପାରିହେବା ପାଇଁ ସମ୍ପର୍କର ସେତୁ 

ଲୋଡ଼େ ଟିକିଏ ବିଶ୍ୱାସ ଓ

କିଛି ଆପଣାର ଭାବ 

ସହେ ସବୁ ଦୁଃଖ କଷ୍ଟ ଯନ୍ତ୍ରଣା 

ମୁଠାଏ ସୁଖ ଓ ଶାନ୍ତିର ସନ୍ଧାନରେ ।


Rate this content
Log in

Similar oriya poem from Abstract