STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

## ଡଙ୍ଗା ##

## ଡଙ୍ଗା ##

1 min
198


ସକାଳ ସୂରୁଯ ପ୍ରହରେ ଯେସନ

    ଲାଗିଥାଏ କଷ୍ଟକର

ଜୀବନର ଡଙ୍ଗା ଅପରାହ୍ନ ବେଳେ

   ସେହିପରି ଦୁଃଖକର ।।

ସମୟ ସୁଅରେ ଜୀବନ ଡଙ୍ଗା ତ

    ଅଚିନ୍ତାରେ ଭାସୁଅଛି

ବିନା ନାଉରୀରେ କୁଆଡେମୁଁ ଯିବି

    ଡଙ୍ଗା ବୁଡିବ ଲାଗୁଛି ।।

ଡଙ୍ଗା ଯେ ବୁଡିବ ଜାଣନ୍ତି ସଭିଏଁ

     ତଥାପି ରୁହନ୍ତି ଗର୍ବେ

ଦିନ ମାସ ବର୍ଷ ବିତିଗଲା ପରେ

    ବୁଝନ୍ତି ଏକଥା ସର୍ବେ ।।

କାଗଜ ପରି ମୋର ଜୀବନ ଡଙ୍ଗା

   ନିତି ଜୁଆରରେ ଭାସେ

ସଂସାର ବନ୍ଧନ ଯାତନା ଆବଦ୍ଧ

   ବିପରୀତ ଆଜି ଦିଶେ ।।

ସମୟର ସୁଅ ଉଜାଣି ବୋହୁଛି

     ଅକାତ କାତ ତା ମୂଲ

ତାକୁ ଧରିବାକୁ ପଛରେ ଧାଉଁଛି

    କିଏ ହେବ ତାର ତୁଲ ।।

ପାରି ହେବା ପାଇଁ ଏ ଭବ ସାଗରୁ

     ସଜାଇ ରଖିଛି ଡଙ୍ଗା

ଭଙ୍ଗା ସପନରେ ଦେଖି ମୁଁ ପାରୁଛି

    ଭାବନା ଟା ଦରଭଙ୍ଗା ।।

ଭାସି ଭାସି ଯାଏ ଜଞ୍ଜାଳ ସୁଅରେ

     ଆନ ଗତି କିଛି ନାହିଁ

ପ୍ରଭୁ ପାଦ ପଦ୍ମେ ମିନତି କରୁଛି

    ଆଶୀଷ ଲଭିବା ପାଇଁ ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational