STORYMIRROR

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ଢୋଲ

ଢୋଲ

1 min
246


ଆମ ଗାଁ ବାଆଜି ବଜାଏ ଢ଼ୋଲ୍ ବାଇଦ 

ଡେଙ୍ଗୁରାଏ ଶୁଭ ମହୁରତ 

ଗାଁ ଲୋକେ ପରବନ୍ତି ପୂନେଇଁ ଉତ୍ସବ ।

ଜାଗୁଳେଇ ତରଡେଇ ବାସେଳୀ ମଙ୍ଗଳା

ଗ୍ରାମଦେବୀ ଗାଧୁଅନ୍ତି ବାହା ବରତରେ

କୋଶଟିଏ ଦୂରୁ ବାଇଦ ଶବଦ ଶୁଭେ

ଲାଗେ ଭଲ ବାବାଜି କୁହାଟ ।

ଆଜିକାଲି କୁହାକୁହି ଗାଁ ଅଜ୍ଞାନୀ ଲୋକେ

ନାହିଁ ସେ ବାଆଜି ଆଉ

ବାଜୁ ନାହିଁ ତା ମହୁରୀ ଢୋଲ

ବିଜ୍ଞାନୀ ଚୂଟିଆ ପଶି

ଢୋଲକୁ ତା କରିଦେଲା ଖୋଳ ।

କୋଶେ ଦୂର ଫିଙ୍ଗା ତା ଶବ୍ଦ

ହୋଇଗଲା କ୍ଷୀଣ,

ମହୁରତ ସ୍ତବ୍ଧ ।

ଅଜ୍ଞାନ ଗାଆଁ ଲୋକ ବୃତ୍ତାନ୍ତ

ଫେରାଏ ସମ୍ବିତ,

ବିଜ୍ଞାନୀ ଚୂଟିଆ ଗାତୁଆ

ମେଲାଖାଉ ପାହାଡି ମୂଷାଙ୍କ ଦୈ।ରାତ୍ମେ

ଆକ୍ରାନ୍ତ ଯତ୍ର ତତ୍ର

ଅସ୍ୱଚ୍ଛନ୍ଦ ମୋ ଆତ୍ମା ସ୍ୱ।ତନ୍ତ୍ର୍ୟତା

ଆମ ଗାଁ ବାବାଜୀ ଜୀବନ,

ଛିନଛତ୍ର ମଣିଷ ଉଡୁଛି ଶୂନ୍ୟେ ପବନରେ

ଇତସ୍ତତଃ ଭିଣିତ ଶିମିଳି,

ଖିନଭିନ୍ କରୁଥିବା ମୂଷାଙ୍କ ପହଞ୍ଚ

କିନ୍ତୁ ଜବର ଉପରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy