STORYMIRROR

Bijay Prusty

Romance

4  

Bijay Prusty

Romance

ଡାକିଲି ତୁମକୁ ସଖୀ

ଡାକିଲି ତୁମକୁ ସଖୀ

1 min
169


କାହିଁକି ଏମିତି ହେଲା ସଖୀ କୁହ

କାହିଁକି ଏମିତି ହେଲା

ଅଜ୍ଞାତସାରରେ ତୁମ ପାଖେ ଯାଇ

ମନ ମୋର ରହିଗଲା I

କାହିଁକି ଗାଇଲ ଗୀତଟିଏ ସଖୀ

ଝଙ୍କାର ତୋଳିଲା ମନ

ମୋ ଉପରେ କଲ ଅମୃତ ବରଷା

ତୃପ୍ତ ହୋଇଗଲା ପ୍ରାଣ I

ତୁମକୁ ଦେଖିବି ବୋଲି ମନେ ଭାବି

ଝରକା ମୁଁ ଖୋଲିଦେଲି

ଝରକା ସେପାଖେ ତୁମକୁ ଦେଖି ମୁଁ

ଖୁସିରେ ପାଗଳ ହେଲି I

ଡେଣା ଦୁଇଗୋଟି ଦେଲ ମୋଚେ ସଖୀ

ଉଡିଲି ଆକାଶ ସାରା

ପ୍ରଫୁଲ ମନରେ ତୁମକୁ ଦେଖିଲି

ଲାଗିଲ ସ୍ୱର୍ଗ ଅପ୍ସରା I

ସରଗୁ ଓହ୍ଲାଇ ଆସିଲି ସଧିରେ

ଭୂଇଁରେ ରଖିଲି ପାଦ

ଆଲିଙ୍ଗନେ ମୋର ବାନ୍ଧିଲି ତୁମକୁ

ହଜିଗଲା ଅବସାଦ I

ତୁମ ମନ ସହ ମୋ ମନ ମିଶିଲା

ଆଖିରେ ମିଶିଲା ଆଖି

ତୁମରି ହାତରେ ହାତ ଥୋଇଦେଇ

ଡାକିଲି ତୁମକୁ ସଖୀ I

        


Rate this content
Log in

Similar oriya poem from Romance