ଡାକେ ହାତ ଠାରି
ଡାକେ ହାତ ଠାରି

1 min

158
ହାତ ଠାରି ଡାକେ ମୋ ଗାଁ,ମୋ ସଂସ୍କୃତି
ଫେରିଆ କୋଳକୁ ଧନ ,
କାହିଁକି ଅଯଥା ସହରି ନିଶାରେ
ହେଉଛୁ ତୁ ହୀନିମାନ ।
କି ଦରବ ଏଠି ଥିଲା ତୋ ଅଭାବ
ସହରକୁ ଗଲୁ ଧାଇଁ ,
ଯେଉଁ ଖାଦ୍ୟଦ୍ରବ୍ୟ ଖାଉଛୁ ସହରେ
ମୋ ଠାରୁ ଉତ୍ପନ୍ନ ସେହି ।
ମୋ ପାଣି ପବନ ସମ ସତକହ
କେଉଁଠି ମିଳିବ ତୋତେ ,
ବିନିମୟେ ତୋତେ ମାଗିଛି କି କେବେ
ଏତକ ଦେଏ ତୁ ମୋତେ ?
ସଭ୍ୟତା ସଂସ୍କାର ମିଳେ କି ସହରେ
କହ ଟଙ୍କା ବଦଳରେ ,
ଆଚାର ବେଭାର ଯାହା ବି ଶିଖିଛୁ
ସବୁତ ମୋ'ରି କୋଳରେ ।
ଆମ ପରମ୍ପରା ଆମ ସଂସ୍କୃତିକୁ
ଭୁଲିଗଲୁ ସହଜରେ ,
ପାଶ୍ଚାତ୍ୟ ସଭ୍ୟତା କଲୁ ଆପଣାର
କହ କେଉଁ ବିବେକ ରେ ?